କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ, କଟକ ଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ପରିଦର୍ଶନ

9

ଜଗତସିଂହପୁର ତା ୦୭.୧୧.୨୦୨୬ ରିଖ – କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ,କଟକ ଶ୍ରୀଯୁକ୍ତ ଆଶୁତୋଷ ପାଇକରାୟ ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ପାଇକରାୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ କାଗଜପତ୍ର, ସାଧାରଣ ଭଣ୍ଡାର, ଡ଼ାକବାଜି ଯନ୍ତ୍ର ଭଣ୍ଡାର, ସୂଚନା କେନ୍ଦ୍ର ପାଠାଗାର ଜଗତସିଂହପୁର, ପାରାଦୀପ ଏବଂ କନକପୁର (ତିର୍ତ୍ତୋଲ) ବିଷୟରେ ପଚାରି ବୁଝିବା ସହ କାର୍ଯ୍ୟକାରିତା ସୁପରିଚାଳନା ନିମନ୍ତେ ମାର୍ଗଦର୍ଶନ କରିଥିଲେ। କର୍ମଚାରୀ ମାନଙ୍କ ସେବା ପୁସ୍ତିକା, କାର୍ଯ୍ୟାଳୟର ବିଭିନ୍ନ ରେଜିଷ୍ଟର, ଛୁଟି ଦରଖାସ୍ତ ରେଜିଷ୍ଟର, ନିଉଜ ଫାଇଲ୍ ଇତ୍ୟାଦି ଯାଞ୍ଚ କରିଥିଲେ। ପାଠାଗାର ଗୁଡ଼ିକୁ ପାଠକ ଙ୍କ ନିମନ୍ତେ ଉପଯୋଗ କରିବା ପାଇଁ ଖବର କାଗଜ ସହିତ ମାଗାଜିନ୍, ପ୍ରତିଯୋଗିତା ପରୀକ୍ଷା ସମ୍ବନ୍ଧିତ ପୁସ୍ତକ କିଣିବା ପାଇଁ ପରାମର୍ଶ ଦେଇଥିଲେ । ସେ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ର ବିକ୍ରି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହିତ ଜିଲ୍ଲାରେ କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା ର ସୁଚିନ୍ତିତ ସମାଧାନ ନିମନ୍ତେ ମାର୍ଗ ଦର୍ଶନ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପୁଷ୍ପକୁଣ୍ଡ, ଉତ୍ତରୀୟ ଓ ମେମେଣ୍ଟୋ ଦେଇ ଉପନିର୍ଦେଶକ ଶ୍ରୀ ପାଇକରାୟ ଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ ଶ୍ରୀ ଦିବାକର ପାତ୍ର, ଶ୍ରୀ ଦୁର୍ଯ୍ୟୋଧନ ପରିଡା, ଶୁଭଜିତା ପୃଷ୍ଟି, ଶ୍ରୀ ରାମକୃଷ୍ଣ ଦେବଦାଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପାଇକରାୟ ଜଗତସିଂହପୁର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟ।ଳୟ ପରିଦର୍ଶନ କରି ନିଜର ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.