ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଜାତୀୟ ରାଜପଥ କଡ଼ରେ ଥିବା ନ୍ୟାସନାଲ ଢ଼ାବା ଓ ସୁନ୍ଦର ଢ଼ାବା ସହିତ କ୍ଷୀରକୋଣା ଓ ଶୁଙ୍ଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ମଦ, ୨୪.୪୮୦ ବିଦେଶୀ ମଦ ଓ ୨୬ ଲିଟର ବିଅର ଜବତ କରିବା ସହିତ କ୍ଷୀରକୋଣା ଗ୍ରାମର କାଁହୁଚରଣ ଦାସ, ତୁମ୍ବାପଦୀ ଗ୍ରାମର ଲକ୍ଷ୍ମଣ ନାୟକ, ଖାନପୁର ଗ୍ରାମର ପରେଶ କୁମାର ରାଉତ ଓ ଶୁଙ୍ଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ଜେନା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ବିଅର ଓ ମଦ ର ଆନୁମାନିକ ମୂଲ୍ୟ ୫୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ବସନ୍ତ କୁମାର ବାରିକ ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ, ଶଶୀକାନ୍ତ ସାହୁ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।