ଗାଧୋଇବାକୁ ଯାଇ ଆଉ ଫେରିଲାନି ପ୍ରୀୟା

0

ନୂଆପଡ଼ା  /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଧରଣୀମଲ ଗ୍ରାମରେ ଏକ ପୋଖରୀରେ ସ୍ନାନ କରୁଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଖୁଶବୁ ପ୍ରିୟା ସାହୁ (୧୧) ପିତା କିଶନ ଲାଲ ସାହୁ  ତା’ର ଦୁଇ ସାଥିଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ମୃତ୍ୟୁ ବରଣ କରିଛି  । ଗୁରୁତର ଭାବେ ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ଭଉଣୀ ଦୁଇ ଭଉଣୀ ଖୁସଲୀ ସାହୁ (୮) ଏବଂ ଉପାସନା ସାହୁ (୭ ) ଙ୍କ ଅବସ୍ଥା ଗୁରୁତର ଦୁଇ ଝିଅଙ୍କ ପିତା ଅଶୋକ ସାହୁ ଦୁଃଖଦ ଅବସ୍ଥାରେ ଭାଙ୍ଗି ପଡି କିଛି କହି ପାରି ନ ଥିଲେ । ଦୁହିଁଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖରିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ଗାଧୋଉଥିବା ବେଳେ ଦୁର୍ଭାଗ୍ୟ ବଶତଃ, ତିନିଜଣ ଗଭୀର ପାଣିରେ ଖସିଯାଇଥିଲେ। ତିନି ଜଣଙ୍କୁ ଜେଜେମା’ ଏବଂ ଗା ଲୋକ ଉଦ୍ଧାର କରିଥିଲେ ଏବଂ ସିନାପାଲି ହସ୍ପିଟାଲ କୁ ନେଇଥିଲେ, ସେଠାରେ ଖୁଶବୁ ପ୍ରିୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଖୁସଲୀ ଏବଂ ଉପାସନାକୁ ଖରିଆର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିହା ଜଣାପଡିଛି।ଘଟଣା ଟି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି

Leave A Reply

Your email address will not be published.