ମର୍ମନ୍ତୁଦ ସଡକ ଦୁର୍ଘଟଣା , ଏକ ମୃତ

0

ବରଗଡ :-ଝାରବନ୍ଧ- ଜଗଦଲପୁର ରାସ୍ତାର ଚଣ୍ଡୀଭଟ୍ଟା ଠାରେ ଆଜି ଦ୍ବୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଝାରବନ୍ଧ ନିକଟସ୍ଥ ଶକ୍ତି ଗ୍ରାମର ପିତାମ୍ବର ସେଠ ନିଜ ସ୍କୁଟିରେ ବ୍ୟକ୍ତିଗତ କାର୍ଯ ପାଇଁ ଚଣ୍ଡୀ ଭଟା ଗ୍ରାମକୁ ଯାଉଥିବା ବେଳେ ବସନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେବାରୁ ସେ ଟ୍ରକ ଭିତରେ ଗାଡି ସହିତ ପସିଯାଇଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହି ଶ୍ରୀ ସେଠ ଙ୍କର ମୃତ୍ୟୁ ହେଇ ଯାଇଥିଲା । ଏହି ଘଟଣା ର ଖବର ପାଇବା ପରେ ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାରଲା ଙ୍କର ନିର୍ଦ୍ଦେଶ  କ୍ରମେ ASI ଶଙ୍କର ଲାଲ ମିର୍ଧା କେଶ ନ 67/2019 ରୁଜୁ କରି ଘଟଣା ସ୍ଥଳକୁ ପହଂଛି ତଦନ୍ତ ଜାରି ରଖିଛନ୍ତି । ଖବର ଲେଖାଯିବା ସମୟ ପର୍ଯନ୍ତ ଘଟଣା ସ୍ଥଳରୁ  ଶବ ବାହାର କରିବା ପାଇଁ ପୋଲିସ ଉଦ୍ୟମ କରୁଥିବାର ଜଣା ପଡ଼ିଛି ।

Leave A Reply

Your email address will not be published.