ବେଲଗୁଣ୍ଠା, ୫/୧୧ : -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମର ମୁଖ୍ୟ ସଡ଼କ ପାର୍ଶ୍ୱରେ ମାଆ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନକୁ ନେଇ ଗୋବରା ଗ୍ରାମରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଗ୍ରାମ ପୋଖରୀରୁ ବିଧିବିଧାନ ଅନୁସାରେ ପବିତ୍ର ଜଳ ଅଣା ଯାଇଥିଲା। ପରେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମୁଣ୍ଡରେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ପୂଜା ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ। ପାରମ୍ପରିକ ବାଦ୍ୟବାଜଣା ସହ ଘଣ୍ଟ, ମୃଦଙ୍ଗ, ହରିବୋଲ ଓ ମହିଳାଙ୍କ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ମାଆ ଶ୍ୟାମାକାଳୀଙ୍କ ଜୟଧ୍ୱନିରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହ ଦେଖିବାକୁ ମିଳିଥିଲା।କଳସ ଯାତ୍ରାରେ ଗ୍ରାମର ବହୁ ମହିଳା, ପୁରୁଷ ଓ ଯୁବକ ସାମିଲ ହୋଇ ସାମୂହିକ ଭକ୍ତିଭାବ ଓ ଏକତାର ପରିଚୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଘ୍ନ ବିନାଶକ ପୂଜା କମିଟି ଓ ମାଆ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସକ୍ରିୟ ସହଯୋଗ କରାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କଳସ ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିଲା। ମାଆଙ୍କ ପୂଜାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ଉତ୍ସାହ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.