ବିଦ୍ୟୁତ ବିଭାଗର ଗାଲୁଆମୀ :  ଆର୍ଥିଙ୍ଗ ନେଲା କଣ୍ଢେଇର ଜୀବନ

0

      ବାରିପଦାରୁ ଦିଲ୍ଲୀପ ମହାନ୍ତି :  ବିଦ୍ୟୁତ ବିଭାଗର ନିମ୍ନମାନର ଆର୍ଥିଙ୍ଗ ତିନି ବର୍ଷ ର କୁନି ଝିଅ କଣ୍ଢେଇର ମୃତ୍ୟୁର କାରଣ ପାଲଟିଲା । ଏପରି ଏକ ଦୁଃଖଦ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନ ତଥା ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଅଂଚଳରେ। ଘଟଣା ମୁତାବକ ବାହାଦୁରପୁର ଅଂଚଳର ଶଶଧର ଦାସଙ୍କ ତିନି ବର୍ଷର ଝିଅ କଣ୍ଢେଇ ଘର ପାର୍ଶ୍ୱରେ ଯାଇଥିବା ବିପିଏଲ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗକୁ ଧରି ଦେବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରିବାରର ସଦସ୍ୟମାନେ ଝିଅକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନେଇ ଆସିଥିଲେ ମଧ୍ୟ ଡାକ୍ତର ରିସିଭ ଡେଥ  ଘୋଷଣା କରିଥିଲେ ।ଏହି ଘଟଣାକୁ ନେଇ ସମଗ୍ର ମେଡିକାଲ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

         ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଆଠ ଦିନ ହେବ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗ ଚାର୍ଜ ହୋଇ ଯାଇଥିବାରୁ ଗ୍ରାମବାସୀ ଏ ନେଇ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଆଜି ଜୀବନ ହରିବାକୁ ପଡିଛି ଏକ ନିରୀହ ଶିଶୁ କୁ।ଉକ୍ତ ଘଟଣା କୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଉଦଳା-ବାରିପଦା ମୁଖ୍ୟ ରାସ୍ତା ବହାଦୁରପୁର ଠାରେ ରାସ୍ତାରୋକ କରିଛନ୍ତି।ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଦେବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

 

Leave A Reply

Your email address will not be published.