ବେଲଗାଁରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

କୋମନା- ନୂଆପଡା ଜିଲା କୋମନା ବ୍ଲକ ବେଲଗାଁ ଗ୍ରାମର  ନଦୀ କୂଳରେ ଏକ ଅଜଣା ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଯୁବକଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ବେଲେ ମୁହଁ ସଂପୂର୍ଣ୍ଣ ରୂପରେ ପୋଡିଯାଇଛି । ତାଙ୍କୁ କେହି ଜଣେ ହତ୍ୟା କରି ପାଣିରେ ଫିଙ୍କି ଦେଇଥିବା ଅଭିଯୋଗ ହେଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ବିଷୟରେ ଅଧିକ ଜଣାପଡିବ ବୋଲି ପୋଳିସ କହିଛି ।  କିଛି ଦିନ ମାସ ତଳେ ଏହି ବ୍ଲକ ସୋଲବନ୍ଦ ଗ୍ରାମ ନିକଟ ଏକ ଆମ୍ବ ଗଛ ଉପରେ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା । ପୁଣି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏଠାରେ ଚାଂଚଲ୍ୟ ଖେଲାଇ ଦେଇଛି ।  

Leave A Reply

Your email address will not be published.