ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଜେଡି କର୍ମକର୍ତ୍ତା, ମୁଖପାତ୍ର ଓ ପାନେଲିଷ୍ଟ

0

ଭୁବନେଶ୍ୱର,: ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିବାକୁ ଯାଉଛି । ଏହି ଅବସରରେ ଆଜି ଦଳର କର୍ମକର୍ତ୍ତା, ମୁଖପାତ୍ର ଓ ମିଡିଆ ପାନେଲିଷ୍ଟମାନେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ୨୦୧୯ ନିର୍ବାଚନରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସଂଖ୍ୟାଧିକ ଆସନ ଆସିବା ସହିତ ରାଜ୍ୟରେ ସରକାର ଗଢ଼ୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରତାପ କେଶରୀ ଦେବ, ପ୍ରିୟଦର୍ଶୀ ମିଶ୍ର, ମାନସ ମଙ୍ଗରାଜ, ବିଜୟ ନାୟକ, ଡ. ସସ୍ମିତ ପାତ୍ର, ଡ. ଲେନିନ୍‍ ମହାନ୍ତି, ସୁଲୋଚନା ଦାସ, ସୁଲତା ଦେଓ, ସୁବାସ ସିଂହ, ମିହିର କୁମାର ମହାନ୍ତି, ଶ୍ରୀମତୀ କସ୍ତୁରୀ ମହାପାତ୍ର, ସଂଜୟ ବାବୁ, ଚକ୍ରଧର ଦାଶ, ଭରଦ୍ୱାଜ ମିଶ୍ର, ଅସିମ ଅମିତାଭ ଦାସ, ପ୍ରଶାନ୍ତ ରାଏସିଂହ, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ପ୍ରବୀର ମହାନ୍ତି, ଗିରିଧାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.