ସିନାପାଲି ମୁଖ୍ୟ  ରାସ୍ତାରେ ରହିଯାଉଛି ଶହ ଶହ ଯାନବାହାନ। 

0

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବସଷ୍ଟାଣ୍ଡରୁ ତହସିଲ ଅଫିସ ଡେଲି ମାର୍କେଟ ପର୍ଯ୍ୟନ୍ତ ଯାନ ବାହାନ ଯିବାଆସିବାର ବହୁତ ଅସୁବିଧା ଦେଖାଦେଉଛି। ପ୍ରତେକ ଦିନ ସକାଲ ନଅ ଟାରୁ ଦଶ ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଯେକୌଣସି ବଡ଼ ଗାଡିଟିଏ ଯାତାୟାତ କଲେ ଦୁଇ ଚକିଆ ଚାରି ଚକିଆ ଗାଡି ଗୁଡ଼ିକ ଅଟକି ରହିଯାଉଛି | ଫଲରେ ଲୋକେ ହଟହଟା ହେଉଛନ୍ତି। ସମୟ ୯ରୁ୧୦ଟା ରେ ସମସ୍ତଙ୍କ ଅଫିସ କାମ ବା ଅନ୍ୟ କୌଣସି କାମ ପାଇଁ ଯାଆନ୍ତି ହେଲେ ଏହି ଟ୍ରାଫିକ ଯୋଗୁ ଲୋକଙ୍କୁ ବାଧାପ୍ରାପ୍ତ ସ୍ରୁଷ୍ଟି କରିଥାଏ। ବସଷ୍ଟାଣ୍ଡରୁ ଡେଲି ମାର୍କେଟ  ପର୍ଯନ୍ତ ରାସ୍ତା ଚଉଡା କମ୍ ଥିବାରୁ ଏହି ରାସ୍ତାରେ ଯାନବାହାନ ଯିବାଆସିବା ଅଧିକତମ ବାଧା ସ୍ରୁଷ୍ଟି ହୁଏ । ଏହି ରାସ୍ତା ଦେଇ ବ୍ଲକ ଅଫିସ,ସରସ୍ୱତି ଶିଶୁ ମନ୍ଦିର,ହାଇସ୍ଲୁଲ,ରେଞ୍ଜ ଅଫିସ,ସିନାପାଲି ଥାନା,ଏସବିଆଇ ବେଙ୍କ୍ୟା,ଯିବାଆସିବା ମଧ୍ଯ ହୋଇଥାଏ ହେଲେ କେବେ ଯେ ସୁଧୁରିବ ତାହା ଦେଖିବାକୁ ବାକିରହିଲା।

Leave A Reply

Your email address will not be published.