ଧରାପଡ଼ିଲା ବଡ଼ବିଲ କଲେଜ ଫ୍ୟାନ ଚୋର 

0

ବଡ଼ବିଲ ; ଆଜି ଜଣେ ଫ୍ୟାନ ଚୋରକୁ ବଡ଼ବିଲ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ଜଣା ପଡ଼ିଛି। ଗତ କିଛିଦିନ ତଳେ ବଡ଼ବିଲ କଲେଜରୁ ଫ୍ୟାନ ଚୋରି ହୋଇଥିବା ଥାନାରେ ଲିଖିତ  ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ବଡ଼ବିଲ ଗାଢ଼ା ହଟିଂ ଅଞ୍ଚଳର ବବଲୁ ଲୋହାରକୁ ଗିରଫ କରିଥିଲେ। ତା ନିକଟରୁ ଦୁଇଟି ଫ୍ୟାନ ଜବତ ହୋଇଥିବାର ଜଣା ପଡ଼ିଛି। ତେବେ ବବଲୁର ସହଯୋଗୀ ରାଜାକୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଦାଶ କହିଛନ୍ତି |

Leave A Reply

Your email address will not be published.