ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ, ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା

10

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରାଉରକେଲା ସେକ୍ଟର-୧୯ସ୍ଥିତ ସିଭିକ୍ ସେଣ୍ଟରଠାରେ ସତଭାବନା ଲକ୍ଷେଘର ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ସମାଜର ଏକତା, ଶିକ୍ଷା, ନାରୀ ସଶକ୍ତିକରଣ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଁଖାଇର ମହତ୍ତ୍ୱ ଓ ସାମାଜିକ ପରମ୍ପରା ଉପରେ ଆଲୋକପାତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଲକ୍ଷେଘର ସମାଜର ସଭାପତି ପ୍ରଫୁଲ୍ଲ କୁମାର ସୁନ୍ୟାନି ଏବଂ ଆର୍‌ଏସ୍‌ପିର ସିଜିଏମ୍ କୌଶିକ ସୁନ୍ୟାନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ଉନ୍ନତି ପାଇଁ ଏକତା, ଶିକ୍ଷା ଓ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ଉପରେ ମତ ରଖିଥିଲେ। ଲେଫ୍ରିପଡ଼ା ବ୍ଲକର ସହକାରୀ ଶ୍ରମ ଅଧିକାରୀ ବର୍ଷାରାଣୀ ଗରଡ଼ିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ସଶକ୍ତିକରଣ, ନାରୀ ଶିକ୍ଷା ଓ ସାମାଜିକ କୁସଂସ୍କାର ଦୂରୀକରଣ ଉପରେ ମତ ରଖିଥିଲେ। ପ୍ରାକ୍ତନ ସିଆର୍‌ପିଏଫ୍ ଡିଆଇଜି ଦୟାନିଧି ତନ୍ତୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ସମାଜର କଳାକାରମାନେ ବିଭିନ୍ନ ସାଂସ୍କୃତିକ କଳା ପ୍ରଦର୍ଶନ କରିଥିବା ବେଳେ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଅତିଥିମାନେ ଅନୁଷ୍ଠାନର ମୁଖପତ୍ର ‘ସୁନ୍ଦରଗଡ଼ ଲକ୍ଷେଘର ସମାଜର ଇତିହାସ’ ଉନ୍ମୋଚନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସମାଜର ପ୍ରତିଭାବାନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ମହିମାଭକ୍ତି ବେସନ ଓ ଲାବଣ୍ୟପ୍ରଭା ସୁନ୍ୟାନୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସଭାପତି ପ୍ରଦୀପ ସୁରଝାଲିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଶାସନୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବନମାଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକାରୀ ସଭାପତି ଟଙ୍କଧର ବାଘ, କୋଷାଧ୍ୟକ୍ଷ ରାମଚନ୍ଦ୍ର ବୁଖରାଙ୍କ ସମେତ ଡ. ହୃଷିକେଶ ନାଏକ, ରୋହିତ କୁମାର ମହାନନ୍ଦିଆ, ଟିକେଶ୍ୱର ତଣ୍ଡିଆ, ସୁଶୀଲ କଣ୍ଟା, ଲିଙ୍ଗରାଜ ଜୟପୁରିଆ, ଅଶୋକ ବୁଡ଼ା, ରାଜେଶ୍ୱରୀ ବୁଖରା, ସୁନିତା ବୁଡ଼ା, ପ୍ରୀତିରାଣୀ ଗରଡ଼ିଆ, ଅଲେଖ ମହାନନ୍ଦିଆ, ରାଜକିଶୋର ଧରୁଆ, ସନାତନ ସୁନ୍ୟାନି, ଉଷା ଜୟପୁରିଆ, ବନିତା ତଣ୍ଡିଆ ଓ ଯାଦବ ତାଜନଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.