ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ୟୁଟେକ୍ କମ୍ପୁଟର ପରିସରରେ “କୁମାରୋତ୍ସବ” -୨୬ ଯଥା ରୀତିରେ ପାଳନ ହୋଇଯାଇଛି।
ଏଥିରେ ବିଭିନ୍ନ ଅନୁଷ୍ଠାର ଛାତ୍ର ଛାତ୍ରୀ , ବୁଦ୍ଧିଜୀବୀ , ଅନେକ ଅଭିଭାବକ , ଗୃହିଣୀ ଯୋଗ ଦାନ କରିଥିଲେ । ସଭ୍ୟତା ଯେତେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଅତୀବ ଜରୁରୀ ଏବଂ ଆଜି ମଧ୍ୟ ଗ୍ରହଣୀୟ , ବରଣୀୟ ବୋଲି ଉପସ୍ଥିତି ଅତିଥିଗଣ କହିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଉପ କାରାଗାର ଅଧିକ୍ଷକ କାମାକ୍ଷୀ ପ୍ରସାଦ ପତି , ମୁଖ୍ୟବକ୍ତା ଭାବେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜକୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ
ଅଧ୍ୟାପକ ଅତ୍ରତନ ଚଇନି ଓ ହରିମୋହନ ପଟ୍ଟନାୟକ ଯୋଗ ଦେଇଥିଲେ।
ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ଯକ୍ଷତା କରିଥିଲେ ଏବଂ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ। ସ୍ୱାଗତ ସମ୍ଭାଷଣ ଶୁଭଶ୍ରୀଭୁକ୍ତା , ପରିଚୟ ପ୍ରଦାନ ପାୟଲ ପାତ୍ର ଏବଂ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟନୀଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ସମାଜରେ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜସ୍ମିନ୍ ଶେଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଉଥିଲା।
Sign in
Sign in
Recover your password.
A password will be e-mailed to you.