ପରକ୍ରିୟା ପ୍ରିତି ପାଇଁ ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ

0

ବାରିପଦା()- ପରକ୍ରିୟା ପ୍ରିତି ପାଇଁ ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ । ଏହିଭଳି ଏକ ଘଟଣା ଘଟିଅଛି ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଞ୍ଚାୟତର ମାଧପୁର ଅଞ୍ଚଳରେ । ନିଜର ସ୍ତ୍ରୀ ରାଣି ସୋରେନ ର ଚରିତ୍ର ଉପରେ ପୂର୍ବରୁ ସନ୍ଦେହ  କରି ଆସୁଥିବା ଖାଲା ସୋରେନ ଶେଷରେ ଗତକାଲି ରାତ୍ରୀରେ ଏକ ବାଡିରେ ପିଟି ପିଟି ରାଣୀ କୁ ମାରିଦେଇଥିଲା । ତେବେ ପୂର୍ବରୁ ଅନେକବାର ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା  । ଶେଷରେ ଗତକାଲି ଉଗ୍ରରୂପ ନେଇଥିଲା । ଏ ବବାଦରେ ମୃତକର ଭାଇ ଙ୍କ ଅଭିଯୋଗକ୍ରମେ ସଦରଥାନାରେ କେସ ନମ୍ବର ୪୯ /୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଖାଲା କୁ ଗିରଫ କରିଅଛି । ପ୍ରକାଶ ଥାଉକି ଚାରିଦିନ ତଳେ ୨୨ ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ପଞ୍ଚାୟତର ତାଡ଼ିକିଶୋଳ ଗ୍ରାମରେ  ମଙ୍ଗଳବାର ରାତ୍ରୀରେ ମାନସିକ ଭାରସ୍ୟାମ ହରାଇ ସ୍ୱାମୀ ନିଜର ଦୁଇଜଣ ସ୍ତ୍ରୀ କୁ ଅତି ବିଭତ୍ସ ଭାବେ  ହତ୍ୟା କରିବାପରେ ନିଜେ ବେକରେ ଦଉଡି ଲଗାଇ କରିଛି ଆତ୍ମହତ୍ୟା ।  ଏହି ଘଟଣାର ପୋଲିସ ର ତଦନ୍ତ ସାପେକ୍ଷ ରହିଅଛି ।

Leave A Reply

Your email address will not be published.