ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଆନୁକୂଲ୍ୟରେ, ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଦିବ୍ୟ ସତ୍ ସଙ୍ଗ ର ଆୟାଜନ କରାଯାଇଥିଲା।ଗୁରୁ ଭାଇ ଶ୍ରୀ ଧନଞ୍ଜୟ ବେହେରା, ଜଗନ୍ନାଥ ଦାସ ଏବଂ ବିଦୁର ପଣ୍ଡା, ସଦ ଗୁରୁଦେବଙ୍କ ଗୁରୁ ବାଣୀ ପଠନ ଏବଂ ଆଲୋଚନା ପରେ ଦିବ୍ୟ ଦର୍ଶନ ସଂଘ କେନ୍ଦ୍ରୀୟ କମିଟି ମନୋନୟନ କରା ଯାଇଥିବା କମିଟି ଗଠନ ପ୍ରକାରେ, ମିଳିତ ଗୁରୁ ଭାଇ ଓ ଭଉଣୀ ମାନଙ୍କ ଉପସ୍ଥିତିରେ କମିଟି ଗଠନ କରାଯାଇଥିଲା।
ଯଥା:-
୧) ସଭାପତି – ଶ୍ରୀ ହରିହର ସ୍ୱାଇଁ।
୨) ଉପ ସଭାପତି – ଶ୍ରୀ ମତୀ ସଂଯୁକ୍ତା ପାଢ଼ୀ।
୩) ସମ୍ପାଦକ – ଶ୍ରୀ ବିଦୁର ପଣ୍ଡା।
୪) ସହ ସମ୍ପାଦକ – ଶ୍ରୀ ଦେବୀ ଶବର।
୫) କୋଷାଧ୍ୟକ୍ଷ – ଶ୍ରୀ ପେଡିନା ଗୋପାଳ ରାଓ।
୬)ଗ୍ରନ୍ଥାଗାର ରକ୍ଷକ – ଶ୍ରୀ ଦଳ ପତି କାର୍ଜୀ
କାର୍ଯ୍ୟ କ୍ରମକୁ ସୁଚାରୁ ରୂପେ ତୁଲାଇବା ପାଇଁ ଏବଂ ଗୁରୁ ଜ୍ଞାନ ର ପ୍ରଚାର ଓ ଓ ପ୍ରସାର ଉଦ୍ଧେଶ୍ୟରେ ଶାଖାର ଭାଇ ଓ ଭଉଣୀ ମାନଙ୍କ ତରଫରୁ ମନୋନୟନ କରାଯାଇଥିବା ଦୁଇଜଣ ଉପଦେଷ୍ଟା ଯଥା:- ଶ୍ରୀ ଧନଞ୍ଜୟ ବେହେରା ଏବଂ ଶ୍ରୀମତୀ ଶୋଭାବତୀ ପାଲକା।
ସମସ୍ତଙ୍କୁ ମନୋନୟନ ପରେ, ଗୁରୁ ଆଜ୍ଞା ପାଳନ କରିବା ପାଇଁ ଦିବ୍ୟଦର୍ଶନ ସଂଘ ଗୁରୁତୀର୍ଥ ଗୁଡ଼ିଆ ଶାଖାର ସମ୍ପାଦକ ଶ୍ରୀ ଜଗନ୍ନାଥ ଦାସ ଭାଇ, ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତେ ମିଳି ମିଶି ଗୁରୁ କାମ କଲେ ନିଜର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ସମାଜର ମଧ୍ୟ ମଙ୍ଗଳ ହୋଇପାରିବ।
ଶିବରାମ ପ୍ରସାଦ ଶବର, ବନିତା ଶବର, ଉର୍ମିଳା ମୂଟୁକା, ଶ୍ରୀଦେବୀ ମୁଟୁକା, ମାଝୀ ଶବର, ଏମ୍ ପଦ୍ମା, ବନ୍ଧୁ ଶବର, ସ୍ୱର୍ଣ୍ଣ କଣ୍ଡା ଗୋରୀ, ଡମ୍ବରୁ ପୃଷ୍ଟି, ଯାଦବ ବେହେରା, ଟୁନା ଶବର ଇତ୍ୟାଦି ବିଭିନ୍ନ ସ୍ଥାନରୁ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ।