ମା ସର୍ବମଙ୍ଗଳା ଙ୍କ ଦର୍ଶନ କଲେ ଗୁଣୁପୁର ପୌର ପରିଷଦର ପୌର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼,ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼

11

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ପବିତ୍ର ଦଶହରାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା,ଗୁଣପୁର ସହର କୁ ଚଳଚଞ୍ଚଳ କରିଦେଇଛି। ସହରର ଚାରୋଟି ସ୍ଥାନରେ ମାଆ ଦୁର୍ଗା ଦେବୀଙ୍କ ଭକ୍ତିପୂର୍ବକ ପୂଜାର୍ଚ୍ଚନା ଚାଲିଥିବାବେଳେ, ଡେରାସାହି ନିକଟସ୍ତ ମାଆ ସର୍ବମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ, ମାଆ ସର୍ବମଙ୍ଗଳା ପରିବାର ଆନୁକୁଲ୍ୟରେ, ଭକ୍ତିପୂର୍ଣ୍ଣ ସହକାରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ନିତ୍ୟ ମନ୍ଦିର ପରିଚାଳକ ତଥା ପୂଜକ ବାଦଲ ମହାପାତ୍ର ଓ ପ୍ରେମ୍ ସାହୁଙ୍କ ଦ୍ବାରା ଅତି ଆଡ଼ମ୍ବର ସହ ନିତି କାନ୍ତି ପରିଚାଳନା ହୋଇଆସୁଛି। ଯେଉଁଥିରେ, ବିଭିନ୍ନ ସମୟରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କରିଛନ୍ତି, ସ୍ଥାନୀୟ ବି.ଜେ.ପି ରାଜନେତା ତଥା ଗୁଣୁପୁର ପୌର ପରିଷଦର ପୌର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ।
ମା’ ସର୍ବମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଆସୁଥିବା ଦୁର୍ଗାପୂଜା ଉତ୍ସବରେ ସେମାନଙ୍କ ଯୋଗଦାନ ଶ୍ରଦ୍ଧା ଓ ଭକ୍ତିର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। ମା’ ସର୍ବମଙ୍ଗଳାଙ୍କ ଭକ୍ତମାନେ ଓ ସର୍ବମଙ୍ଗଳା ପରିବାରବର୍ଗଙ୍କ ଉତ୍ସାହ, ଶ୍ରଦ୍ଧା ଏବଂ ଭକ୍ତିପୂର୍ଣ୍ଣ ଭାବନା ଏହି ପୂଜା ଉତ୍ସବକୁ ଅଧିକ ଗରିମାମୟ କରିଥିଲା। ପରମ୍ପରା ଓ ଆସ୍ଥାର ସହିତ ଆୟୋଜିତ ଏହି ଦୁର୍ଗାପୂଜାରେ ଭକ୍ତମାନଙ୍କ ଅପାର ଉତ୍ସାହ ଦେଖିବାକୁ ମିଳିଥିଲା। ମାଆ ସର୍ବମଙ୍ଗଳା ପରିବାରଙ୍କ ମା’ ଦୁର୍ଗା ଓ ମା’ ସର୍ବମଙ୍ଗଳାଙ୍କ ଆଶୀର୍ବାଦ କାମନା କରିବା ସହ , ପ୍ରତ୍ୟହ ସହରର ସମସ୍ତଙ୍କ ମଙ୍ଗଳ, ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ପ୍ରାର୍ଥନା କରାଯାଉଥିବା, ଏହି ଦଶହରା ପାର୍ବଣ ରେ ସମସ୍ତଙ୍କ ମନମୋହିଛି।
ଦଶହରାର ଏହି ପବିତ୍ର ଉତ୍ସବ ଭକ୍ତି, ଭାଇଚାରା, ସାମାଜିକ ଏକତା ଓ ଜନସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦେଇଥିଲା।

Leave A Reply

Your email address will not be published.