ବ୍ୟାସନଗର ‘କପିଳେଶ୍ୱର କଲୋନି ସାର୍ବଜନୀନଦୁର୍ଗା ପୂଜା କମିଟି’ ପକ୍ଷରୁ ମା’ଙ୍କ ସପ୍ତମୀ ,ଅଷ୍ଟମୀ ପୂଜା ସୁଚାରୁ ରୁପେ ସମ୍ପନ୍ନ

43

ଯାଜପୁର/ବ୍ୟାସନଗର( ବିଶ୍ବରଂଜନ ପଟ୍ଟନାୟକ ) ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା।ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଯାଜପୁର ରୋଡ଼ ବ୍ୟାସନଗର ପୌରାଞ୍ଚଳ ସ୍ଥାନୀୟ ଚୋରଦା ସ୍ଥିତ କପିଳେଶ୍ୱର କଲୋନି ମା’ ଦୁର୍ଗା ପୂଜା କମିଟି’ ପକ୍ଷରୁ ଆରମ୍ଭ ହୋଇଯାଇଛି ଜଗଜ୍ଜନନୀ ମା’ ଦଶଭୂଜାଦୁର୍ଗତି ନାସିନି ମାଆ ଦୂର୍ଗାରଙ୍କର ଷୋଡ଼ଶ ଉପଚାର ପୂଜା ଉତ୍ସବ। ୧୧ ବର୍ଷରେ ପଦାର୍ପଣ କରିଛି ଏହି ଦୁର୍ଗାପୂଜା। ଯଥା ବିଧି ରୀତି, ନୀତି ମତେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା।ମହାଷ୍ଟମୀରେ ବହୁ ସଂଖ୍ୟାରେ ମହିଳା ମାନେ ବ୍ରତପୂଜା କରୁଥିବାରୁ ସୋମବାର ଉଭୟ ମଣ୍ଡପରେ ମହିଳା ଓ ଯୁବତୀ ମାନଙ୍କ ଶୃଙ୍ଖଳିତ ପୂଜା ଓ ଦର୍ଶନ ପାଇଁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷିତ ଏବଂ ସୃଙ୍ଖଳିତ ଦର୍ଶନ ଲାଗି ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିବାରେ ଲାଗିଛନ୍ତି । ଏହି କମିଟିରେ କର୍ତ୍ତା ଭାବରେ ସୁବଳ ଚନ୍ଦ୍ର ସେନାପତି ଓ ଆରତୀ ସେନାପତି ଯୋଗ ଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।

କମିଟିର ସଦସ୍ୟ ମାନଙ୍କ ମଧ୍ୟରୁ ପୁରୋଧା ଭାବେ ନିତ୍ୟାନନ୍ଦ ରଣା,ସଭାପତି ଚନ୍ଦ୍ରମଣି ସାମଲ,ସମ୍ପାଦକ ଗଣନାଥ ମହାରଣା, ଉପ ସଭାପତି କାମଦେବ ନାୟକ ଓ ଯଶବନ୍ତ ବିଶୋଇ,ସହ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ,କୋଷାଧ୍ୟକ୍ଷ ପିତାମ୍ବର ଦାଶ, ଉପଦେଷ୍ଠା ଲମ୍ବୋଦର ମଲ୍ଲିକ, ଡ଼ ଦେବସ୍ମିତା ସାହୁ, ସଞ୍ଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ,ଅଶୋକ କୁମାର ଜେନା,ଚିନ୍ମୟ ସାମଲ, ଶ୍ରୀଧର ବେହେରା,ପ୍ରଦୀପ କୁମାର ସାମଲ, ସମରେନ୍ଦ୍ର ଜେନା,ପ୍ରଦୀପ କୁମାର ଖୁଣ୍ଟିଆ, ଶରତ କୁମାର ସାହୁ,କାଶୀନାଥ ପଟ୍ଟନାୟକ,ଜିତେନ୍ଦ୍ର କୁମାର ସାମଲ,ମୋହିନୀ ମୋହନ ମୁଦୁଲି,ବିକର୍ତନ୍ ବେହେରା,ପ୍ରମୋଦ କୁମାର ବଳ,ମନ୍ମୟ ବିଶ୍ୱାଳ,ସୁକୁମାର ପତି,କଳ୍ପତରୁ ବିଶ୍ୱାଳ,ଭାଗ୍ୟଧର ମହାରଣା,ଜଗନ୍ନାଥ ମହାନ୍ତି, ସାମ୍ବାଦିକ ବିଶ୍ବରଂଜନ ପଟ୍ଟନାୟକ, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଙ୍କ ସହ ଅନ୍ୟ ସମସ୍ତ ସଦସ୍ୟଙ୍କ ସହଯୋଗ କ୍ରମେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଯାଇଛି। ମା’ ଜଗତରୁ ଦୁଃଖ ହରଣ କରନ୍ତୁ, ସମାଜରୁ କୁସଂସ୍କାରୀ, ପାପୀମାନଙ୍କୁ ଦମନ କରି ସୁସ୍ଥ ସମାଜ ପ୍ରଦାନ କରନ୍ତୁ ଏହା ହିଁ ପୂଜାର ମହାତ୍ମ୍ୟ ବୋଲି କମିଟିର ସମ୍ପାଦକ ମତ ପ୍ରକାଶ କରିଛନ୍ତି।ପ୍ରତି ବର୍ଷ୍ ଭଳି ଏହି ବର୍ଷ କିଛି ନୂଆ ଢଙ୍ଗରେ ସାଜ୍ ସଜା ସହ ପୂଜାକାର୍ଯ୍ୟ ଚାଲିଛି। ପ୍ରତି ଦିନ ଦୂର ଦୁରାନ୍ତରରୁ ଭକ୍ତ୍ତଙ୍କ ସୁଅ ଛୁଟିଛି। ବ୍ୟାସନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ଯଥା ମୁଣ୍ଡମାଳ , ଷ୍ଟେସନ୍ ବଜାର, କଣ୍ଟି ଗଢିଆ,ରାଇସ ମିଲ, ନହକା, କପିଳେଶ୍ଵର କଲୋନୀ ରେ ଅନୁଷ୍ଟିତ ହୋଇଯାଇଛି ମା ଙ୍କର ପୂଜା।

Leave A Reply

Your email address will not be published.