ବଲାଙ୍ଗୀର ଦିନ :୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ,ନଭେମ୍ବର ୧ ରେ ବଲାଙ୍ଗୀର ଦିନ୍‌

30


ବଲାଙ୍ଗୀର,୧୮ା୧୦-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗୀର ଦିନ୍ ପାଳିତ ହେବାକୁଯାଉଛି । ବଲାଙ୍ଗୀର ଜିଲ୍ଲାଗଠନର ଅସ୍ମିତାର ଦିନକୁ ସ୍ମରଣୀୟ କରିବାକୁ ବଲାଙ୍ଗୀର ଦିନ୍ ପାଳନ ପୂର୍ବରୁ ଆସନ୍ତା ୨୪ ତାରିଖରୁ ଆରମ୍ଭ କରି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ସେଥିପାଇଁ ଆଜି ଆୟୋଜକକମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସ୍ଥାନୀୟ ପିପିଏକାଡେମୀ ହାଇସ୍କୁଲର ସଭାକକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି । ମିଡିଆ ସଂଯୋଜକ ଲୋଟସ ଷଢଙ୍ଗୀ ପ୍ରାରମ୍ଭିକ ସୂଚନା ଦେବାପରେ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ବଲାଙ୍ଗୀର ପାଳନନେଇ ସୂଚନା ଦେଇଥିଲେ । ଆସନ୍ତା ଅକ୍ଟୋବର ୨୪ ତାରିଖରେ କଲେଜଛକ କଲ୍ୟାଣମଣ୍ଡପଠାରେ ନାରୀଶକ୍ତି ଫାଉଣ୍ଡେସନ ତରଫରୁ ମାଗଣା ସ୍ୱସ୍ଥ୍ୟଶିବିର ଓ ଚକ୍ଷୁପରୀକ୍ଷଅ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ୨୫ ତାରିଖରେ ମେରାହୁନର ଅନୁଷ୍ଠାନ ପକ୍ଷରୁ ଟାଉନଗାର୍ଲ୍ସ ହାଇସ୍କୁଲରେ ଆର୍ଟ ଏଣ୍ଡକ୍ରାଫ୍ଟ ପ୍ରତିଯୋଗୀତା,କଲେଜଛକ କଲ୍ୟାଣମଣ୍ଡପରେ ସଂପୂର୍ଣ୍ଣା ଅନୁଷ୍ଠାନ ପକ୍ଷରୁ ମେହେନ୍ଦୀ ପ୍ରତିଯୋଗୀତା,ଉତ୍କଳ ମହିଳାବିକାଶ ପରିଷଦ ପକ୍ଷରୁ ଆମର ପିଠାମଡା ପ୍ରତିଯୋଗୀତା,ଆଦ୍ୟାଶକ୍ତି ନାରୀସଂଗଠନ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗୀତା,ଟାଉନଗାର୍ଲ୍ସ ହାଇସ୍କୁଲରେ ପୂଜାଡିଭାଇନଗ୍ଲୋ ପକ୍ଷରୁ ଆମର ପିନ୍ଧନଉଢନ ପ୍ରତିଯୋଗୀତା ଫେନ୍ସୀ ଡ୍ରେସ ପ୍ରତିଯୋଗୀତା ଆୟୋଜିତ ହେବ । ୨୬ ତାରିଖରେ କୋସଳମଳାମଣ୍ଡଳପଡିଆରେ ବଲାଙ୍ଗୀର ମାଟିର ବୀରାଙ୍ଗନା ପକ୍ଷରୁ ନୃତ୍ୟପ୍ରତିଯୋଗୀତା,ପିପି ଏକାଡେମୀଠାରେ ଷ୍ଟେଜକମିଟି ପକ୍ଷରୁ ଏଙ୍କରିଙ୍ଗ କମ୍ପିଟିସନ,୨୭ ତାରିଖରେ ସମଲେଇମନ୍ଦିରଠାରେ ସମଲେଇମନ୍ଦିର ଆଳତି କମିଟି ପକ୍ଷରୁ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗୀତା,୨୮ ତାରିଖରେ ବିଶ୍ୱାତ୍ମା ବିଦ୍ୟାମନ୍ଦିରଠାରେ ଜୟବଲାଙ୍ଗୀରଟିମ ପକ୍ଷରୁ ଗୀତପ୍ରତିଯୋଗୀତା,ପିପିଏକାଡେମୀରେ ଓଡିଶା ସାହିତ୍ୟ ଓ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ କବିତା ଆସର,୨୯ ତାରିଖରେ ପିପିଏକାଡେମୀଠାରେ ଲିବରେସନ ଅନୁଷ୍ଠାନ ପକ୍ଷରୁ କ୍ୱିଜକମ୍ପିଟିସନ,ପଶ୍ଚିମଓଡିଶା ଯୁବାମଞ୍ଚ ପକ୍ଷରୁ ତର୍କପ୍ରତିଯୋଗୀତା,୩୦ ତାରିଖରେ ମହିଳା ମହାବିଦ୍ୟାଳୟଠାରେ ପଶ୍ଚିମଓଡିଶା ଯୁବାମଞ୍ଚ ପକ୍ଷରୁ ଆଲୋଚନାଚକ୍ର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁଯାଉଛି । ଠିକ ସେହିପରି ନଭେମ୍ବର ୧ ତାରିଖରେ ସକାଳୁ କୋସଳକଳାମଣ୍ଡଳ ପଡିଆରୁ ଏକ ସାସ୍କୃତିକ ଶୋଭାଯାତ୍ରା ବାହାରି ସହରପରିକ୍ରମା କରି ପୁଣି କୋସଲକଳାମଣ୍ଡଳ ପଡିଆକୁ ଫେରିବ । ଏହି ସାସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗୀରର ବିଭିନ୍ନ ସାମାଜିକ ଓ ସାଂସ୍‌ୃତିକ ଅନୁଷ୍ଠାନ,ବୁଦ୍ଧିଜୀବି,ସ୍ୱେଚ୍ଛାସେବୀ ଯୋଗଦେବାକୁ ନିବେଦନ କରାଯାଇଛି । ୧ ତାରିଖ ସଂଧ୍ୟାରେ କୋସଳକଳାମଣ୍ଡଳ ପଡିଆରେ ବଲାଙ୍ଗୀର ଦିନର ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିଧାୟକଗଣ ଓ ରାଜ୍ୟସରକାରଙ୍କୁ କିଛି ମନ୍ତ୍ରୀ ଯୋଗଦେବାର ସମ୍ମତି ଦେଇଛନ୍ତି ବୋଲି କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ନଭେମ୍ବର୍ 2 ତାରିଖରେ ବଲାଙ୍ଗିର ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷ୍ୟରୁ କଳାମଣ୍ଡଳ ପଡିଆର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ lବଲାଙ୍ଗୀର ଦିନ ବଲାଙ୍ଗୀରବାସୀଙ୍କ ପାଇଁ ସ୍ୱାଭିମାନର ଦିନ । କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ ବରଂ ବଲାଙ୍ଗୀର ବିକାଶର ଏହା ବାତ୍ତାବହ ହେଉ ବୋଲି କାମନା କରି ସମସ୍ତେ ସାମିଲ ହେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଆୟୋଜକ କମିଟିର ଗୋପାଳଜୀ ପାଣିଗ୍ରାହୀ,ସରିତା ଦାସ,ପ୍ରତାପ ରଥ,ବିଧୁଭୂଷଣ ତ୍ରୀପାଠୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଲୋଟସ ଷଢଙ୍ଗୀ,ଦୀନେଶ ଶର୍ମା,ବିନୋଦ କାଲସାଏ,ସଂଜୀବ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.