ବେଲଗୁଣ୍ଠା,୧୮/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ୍ ଶ୍ରୀ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଆବଶ୍ୟକ ଥେରାପି ସେବା ଏବଂ ଉପଯୁକ୍ତ ସହାୟତା ପ୍ରଦାନ କରି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏହି ସକ୍ଷମ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସିଆରସିସି ଛାୟାକାନ୍ତ ମହାପାତ୍ର,ସୁଧୀରକାନ୍ତ ତ୍ରିପାଠୀ,ବି.ଆର୍.ପି ଆଲୋକ କୁମାର ବେହେରା,ଚନ୍ଦ୍ରକାନ୍ତି ସୁନ୍ଦରା,ସମ୍ବଳ ପ୍ରଶିକ୍ଷିକା ବୈଜୟନ୍ତୀ ଜେନା,ଶିକ୍ଷକ ଜୟରାମ ବିଶ୍ଵାଳ ଯୋଗ ଦେଇଥିଲେ। ବି.ଆର୍.ପି ଆଲୋକ କୁମାର ବେହେରା ସକ୍ଷମ କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଆଇ ଇ ଭଲ୍ୟୁଣ୍ଟର ନାରାୟଣ ସାହୁ,ରାଜଲକ୍ଷ୍ମୀ ବିଷୋୟୀ,ଲକ୍ଷ୍ମୀପ୍ରିୟା ଗୌଡ଼,ପ୍ରଭାତ କୁମାର ମହାରଣା,ହରିବନ୍ଧୁ ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.