ବେଲଗୁଣ୍ଠା,୧୬/୧୦-(ଶିବରାମ ଚୌଧୁରୀ )-, ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ଛାତ୍ର ସଂସଦର ଶପଥ ଗ୍ରହଣ ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ବାଇଁ, ଅଜୟ କୁମାର ବିଶ୍ବାଳ, ଡ. ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ଗ୍ରନ୍ଥାଗାରିକ ରଞ୍ଜିତ ସାମଲ ଓ କ୍ରୀଡ଼ା ଶିକ୍ଷକ ବିଶ୍ବରଞ୍ଜନ ସ୍ବାଇଁ ମଞ୍ଚାସୀନ ଥିଲେ।ନବଗଠିତ ଛାତ୍ର ସଂସଦର ସଭାପତି ରାକେଶ ବରଡ଼, ଉପସଭାପତି ରାକେଶ ସ୍ବାଇଁ, ସାଧାରଣ ସମ୍ପାଦକ ସୀନୁ ପାତ୍ର, ସହ-ସମ୍ପାଦିକା ଝୁମୂରୀ ବିଷୋୟୀ, କ୍ରୀଡ଼ା ସମ୍ପାଦକ ସୋନୁ ବାରିକ ଓ ନାଟ୍ୟ ସମ୍ପାଦିକା ଗୀତାଞ୍ଜଳି ପଟ୍ଟନାୟକଙ୍କୁ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଶପଥ ପାଠ କରାଇଥିଲେ।ଛାତ୍ର ସଂସଦର କର୍ମକର୍ତ୍ତାମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶର ଉନ୍ନତି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ସକ୍ରିୟ ଭାଗୀଦାରି ପାଇଁ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଥିଲା।ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସହଯୋଗ କରିଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ପୁଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମହାବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।