ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ ଅନୁଷ୍ଠିତ

11

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୧୬/୧୦/୨୬ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ ଶାସନ ପୂର୍ତ୍ତି ଅବସରରେ ଗତ ୧୭ ତାରିଖରୁ ଚାଲି ଆସୁଥିବା ସେବା ସଂକଳ୍ପ ଅଭିଯାନ ରେ ଆଜି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ସୁବାଷୀଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ ମାନଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏଥିରେ ୧୩୨ ଜଣ ରୋଗୀ ନାମ ପଞ୍ଜୀକୃତ କରି ମାଗଣା ଚିକିତ୍ସା ସୁବିଧା ପାଇଥିଲେ।ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ , ବିପିଏମ ସୁରେଶ ବେବର୍ତ୍ତା ସହ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ସହଯୋଗ କରିଥିଲେ। ସୂଚନା ଥାଉ କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୭ ତାରିଖରୁ ମାସେ ବ୍ୟାପି ୨୫ ବର୍ଷ ଶାସନ ର ନିରନ୍ତର ଜନସେବା କୁ ସ୍ମରଣୀୟ କରିବା ପାଇଁ ସେବାସେତୁ ଯୋଜନା ମାଧ୍ୟମରେ ସେବା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛତା ଓ ବୃକ୍ଷ ରୋପଣ, ରକ୍ତଦାନ, ସ୍ବାସ୍ଥ୍ୟ ଶିବିର କରାଯାଇ ସମାଜ ର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତି ଙ୍କୁ ଯୋଡ଼ି ସେବା , ସମର୍ପଣ ଓ ରାଷ୍ଟ୍ର ନିର୍ମାଣ ଗଠନ ରେ ସହଭାଗିତା କରିବା ମୂଳ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.