ରାଉରକେଲାରେ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ପାଳିତ

10

ରକ୍ତଦାନ ଶିବିର, ରୋଗୀଙ୍କୁ ଫଳ ବଣ୍ଟନ ଓ ସାମୂହିକ ଦୀପ ପ୍ରଜ୍ୱଳନ

ରାଉରକେଲା, ୧୬ ଅକ୍ଟୋବର, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ଅବସରରେ ରାଉରକେଲାରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଜନକଲ୍ୟାଣମୂଳକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନର ନେତା ଏବଂ କର୍ମୀମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ।

ଏହି ଅବସରରେ ସକାଳ ୧୦ଟାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିସହ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିବାବେଳେ ଉପସ୍ଥିତ ଜନସାଧାରଣଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଞ୍ଜିତ ଛୋଟରାୟ, ବାବୁ ଖାନ୍, ହିମାଂଶୁ ପଣ୍ଡା, ସୁବାଶ ସ୍ୱାଇଁ, ସୁଶାନ୍ତ ଦାସ, ଦୁଷ୍ମନ୍ତ ରାଉତରାୟ, ପିଙ୍କୁ ଜୟସ୍ୱାଲ, ବୁବୁଲି ରାଉତ, କାବୁଲି ପ୍ରତିହାରୀ, ସୁଧାଂଶୁ ସାମଲ, ଛବି ମହାନ୍ତି ଓ ଜ୍ୟୋତ୍ସ୍ନା ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟପକ୍ଷରେ, ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସଫଳତାକୁ ନେଇ ନବନିର୍ବାଚିତ ଛାତ୍ରନେତା ଓ ଛାତ୍ରନେତ୍ରୀମାନେ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ। ପୂର୍ବତନ ଛାତ୍ରନେତା ଶିଶିର ସାହୁ, ଡି. ଅଭିକ କୁମାର, ବିଭୂତି ପୁହାଣ, ରଣପ୍ରତାପ ସିଂହ, ଶିତୁ ସାମଲ, ସୁଶାନ୍ତ ପରିଡ଼ା, ବିକନ ବଳ, ପୂର୍ଣ୍ଣ ମହାନ୍ତି, ନିର୍ଭୟ ମହାନ୍ତି, ଚିଣ୍ଟୁ ବାରିକ, ଦିଲୀପ ଲହରୀ, ପ୍ରିୟ ସାହୁ, ବିଶ୍ୱରଞ୍ଜନ ଦାସ ଓ ଅରିଏନ୍‌ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଛେଣ୍ଡ କଲୋନୀର କଳିଙ୍ଗ ବିହାରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ନବନିର୍ବାଚିତ ଛାତ୍ରନେତା ଓ ନେତ୍ରୀମାନେ ନିଜ ନିଜ ମହାବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଓଡ଼ିଶା ତଥା ଦେଶର ବିଶିଷ୍ଟ ଶିଳ୍ପପତି ଇଞ୍ଜିନିୟର ଦୀପ୍ତି ରଞ୍ଜନ ପଟ୍ଟନାୟକ ନବନିର୍ବାଚିତ ଛାତ୍ରନେତା ଓ ନେତ୍ରୀମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।

ନବୀନ ପଟ୍ଟନାୟକଙ୍କ ସୁସ୍ଥତା ଓ ଦୀର୍ଘାୟୁ କାମନା କରି ରାଉରକେଲାର ବିଜେଡି କର୍ମୀମାନଙ୍କ ପକ୍ଷରୁ ବାସନ୍ତୀ କଲୋନୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମୂହିକ ଦୀପ ପ୍ରଜ୍ୱଳନ କରାଯାଇ ପ୍ରାର୍ଥନା କରାଯାଇଥିଲା। ଏଥିସହ କର୍ମୀ ଓ ଭକ୍ତମାନଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର, ବିରେନ ସେନାପତି, ପ୍ରଶାନ୍ତ ଶେଠୀ, ବୁଲୁ ମହାନ୍ତି, ବୈଲୋଚନ ସାମଲ, ଅକ୍ଷୟ ନାୟକ, ମମତା ପଣ୍ଡା, ଅକ୍ଷୟ ଦାସ, ବିକାଶ ଶୁକ୍ଲା, ସୁନୀଲ ବାରୁଆ, ଶେଖର ଦାସ, ସାଗର ଜେନା, ପ୍ରିୟ ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.