ଡାବୁଗାଁ ଜଗନ୍ନାଥ ମନ୍ଦିର ରୁ ଚୋରି , କବାଟ ଭାଙ୍ଗି ନେଇଗଲେ ରାଧା ମାଧବ ଙ୍କ ବିଗ୍ରହ ଓ ସୁନା ରୂପା ଅଳଙ୍କାର

11

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୧୬/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଜଗନ୍ନାଥ ମନ୍ଦିର ରୁ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ମଦନ ମୋହନ ଙ୍କ ଚଳନ୍ତି ପ୍ରତିମା ସହ ସୁନାରୂପା ର ବିଭିନ୍ନ ମୂଲ୍ୟବାନ ଆଭୂଷଣ ଚୋରି କରି ନେଇ ଯାଇଛନ୍ତି। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ତଥା ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ପରେ ଦୁର୍ବୁତ୍ତ ମାନେ ପୁଲିସ କୁ ଚେଲେଞ୍ଜ ଦେଇଥିବା ବେଳେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସୂଚନା ଅନୁଯାଇ ସବୁ ଦିନ ପରି ଶୁକ୍ରବାର ସକାଳ ପ୍ରାୟ ୫ ଘଣ୍ଟ ସମୟରେ ଜଗନ୍ନାଥ ମନ୍ଦିର ପୂଜକ ସୁଦର୍ଶନ ପାଢୀ (କାଳିଆ) ମୁଖ୍ୟ କବାଟ ଖୋଲି ମନ୍ଦିର ଭିତରେ ପ୍ରବେଶ କରିଥିଲେ। ତେବେ ମନ୍ଦିର ଭିତରେ ପୂଜକ ପ୍ରବେଶ କରି ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ମନ୍ଦିର ମଧ୍ୟରେ ଥିବା ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଙ୍କ ଗର୍ଭଦ୍ୱାର କବାଟ ତାଲା ଭାଙ୍ଗି ଶ୍ରୀ ଜିଉ ଙ୍କ ପିନ୍ଧିଥିବା ବିଭିନ୍ନ ସୁନା ଓ ରୂପାର ମୂଲ୍ୟବାନ ଆଭୂଷଣ ଚୋରି ହୋଇଛି। ପାଖରେ ପୂଜା ପାଉଥିବା ମଦନ ମୋହନ ଙ୍କ ରୂପା ର ପ୍ରତିମୂର୍ତ୍ତି ଚୋରି ହୋଇଛି। ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିର ଓ ଗଣେଶ ମନ୍ଦିର ର କବାଟ ତାଲା ଭାଙ୍ଗି ଲକ୍ଷ୍ମୀ ମା ପିନ୍ଧିଥିବା ଆଭୂଷଣ ଓ ଗଣେଶ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ସବୁ ଚୋରି ହୋଇଯାଇଛି। ତୁରନ୍ତ ମନ୍ଦିର ପୂଜକ ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କୁ ଅବଗତ କରିଥିଲେ। ମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି ତଥା ଡାବୁଗାଁ ତହସିଲଦାର ଗୀତା ମୁର୍ମୁ, ଉପ ସଭାପତି ଜି ଭେଙ୍କଟେଶ୍ବର ରାଓ,ସମ୍ପାଦକ ଜି ସାଇ ରାଜୁ,ଭଗବାନ ମହାନ୍ତି, ମଳୟ ବିଶୋଇ,ସୁରେନ୍ଦ୍ର ମିଶ୍ର ବାବୀ ଜେନା, ଗୁପ୍ତ ବିଶୋଇ, ରାଜେନ୍ଦ୍ର ମିଶ୍ର ସହ ଅନ୍ୟମାନେ ପହଞ୍ଚିଥିଲେ। ମନ୍ଦିର କମିଟି ସଦସ୍ୟ ଯାହା ଦେଖିଲେ ଆଚମ୍ବିତ ହୋଇଥିଲେ। ଦୁର୍ବୁତ୍ତ ମାନେ ଗୁରୁବାର ବିଳମ୍ବିତ ରାତ୍ର ରେ ଚୋରି କରି ଚଂପଟ ମାରିଥିଲେ। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଡାବୁଗାଁ ଥାନାରେ ଏତଲା ଦିଆଯିବା ପରେ ଥାନା ଅଧିକାରୀ ଲଛମି ପରଜା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ୍ ଦଳ ଆସି ତଦନ୍ତ କରି ଫେରିଛନ୍ତି।ତେବେ ଅଜଣା ଦୁର୍ବୁତ୍ତ ମାନେ ଡାବୁଗାଁ ର ଏକ ଜନ ଗହଳି ସ୍ଥଳ ତଥା ମନ୍ଦିର ପାର୍ଶ୍ବରେ ସମସ୍ତ ପୁଲିସ ଅଧିକାରୀଙ୍କ କ୍ୱାଟର ଥିବା ଜାଣି ଅତି ଚତୁରତାର ସହ ଚୋରି କରି ଫେରାର ହୋଇଛନ୍ତି।

Leave A Reply

Your email address will not be published.