ଅଲ୍ପକେ ବର୍ତିଲେ କନକ ବର୍ଦ୍ଧନ 

0

ବଲାଙ୍ଗିର ରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ  ସିଂହଦେଓଙ୍କ କାର ପଛପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ (କେଭି) ଓ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ। ସୋନପୁର-ବଲାଙ୍ଗିର ରାସ୍ତାର ଖେମେଶ୍ଵରୀ ପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାରୁ ପ୍ରକାଶ, କେଭି ନିଜ ପତ୍ନୀଙ୍କ ସହ ଆଜି ଭୁବନେଶ୍ୱରରୁ ପାଟଣାଗଡ଼ ଅଭିମୁଖେ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ୟାଙ୍କରକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡ଼ିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ବର୍ତ୍ତିଯାଇଛନ୍ତି। ପରେ ଅନ୍ୟ ଏକ ଗାଡ଼ିରେ କେଭି ଓ ସଙ୍ଗୀତା ପାଟଣାଗଡ଼ ଯାଇଛନ୍ତି |

 

 

Leave A Reply

Your email address will not be published.