ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୫/୧୦/୨୬ ରାୟଗଡା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରି ବାଜିମାତ୍ କରିଛନ୍ତି। ମହାବିଦ୍ୟାଳୟର ୧୮ଟି ପଦବୀ ମଧ୍ୟରୁ ୧୪ଟିରେ ବିଜୟୀ ହୋଇ ଛାତ୍ର ରାଜନୀତିରେ ନିଜର ପ୍ରଭାବ ପ୍ରତିପାଦିତ କରିଛି ଏହି ଛାତ୍ର ସଂଗଠନ। ଅନ୍ୟପକ୍ଷରେ ଏବିଭିପି ଓ ଏନ୍ଏସ୍ୟୁଆଇ ଭଳି ଛାତ୍ର ସଂଗଠନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ନିର୍ବାଚନରେ ସଭାପତି ପଦବୀରେ ପ୍ରବୀଣ ସାହୁ ବିଜୟୀ ହୋଇଥିବାବେଳେ ଉପସଭାପତି ଭାବେ ରାଜେଶ ହରିଜନ, ସମ୍ପାଦକ ଭାବେ ମନୋଜ ଶବର ଏବଂ ସହ-ସମ୍ପାଦିକା ଭାବେ ଏସ୍. ଶ୍ରୀଲକ୍ଷ୍ମୀ ନିର୍ବାଚିତ ହୋଇଛନ୍ତି। ଏହି ବିଜୟକୁ ନେଇ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।
ବିଜୟ ପରେ ନବନିର୍ବାଚିତ ଛାତ୍ରଛାତ୍ରୀମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବରିଷ୍ଠ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପରେ କଲେଜ ପରିସରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ସମର୍ଥକମାନେ ବାଣ ଫୁଟାଇ ଓ ଖୁସି ମନାଇ ବିଜୟ ଉତ୍ସବ ପାଳନ କରିଥିଲେ।
ସଭାପତୀ ପ୍ରବୀଣ ସାହୁ ୪୪୧ ଭୋଟ ହାତେଇଥିବା ବେଳେ ଚିନ୍ନୟ ଶବର ଠାରୁ ୮ ଟି ଭୋଟ ବ୍ୟବଧାନରେ ବାଜିମାତ କରିଛନ୍ତି। ସେହିଭଳି ଉପସଭାପତି ରାଜେଶ ହରିଜନ ୪୪୪ ଭୋଟ ହାତେଇଥିବା ବେଳ ତୁମୁଲା ଯସମନ୍ତ କୁ ପଛରେ ପକାଇ ୭୭ ଭୋଟ ବ୍ୟବଧାନରେ ବାଜିମାତ କରିଛନ୍ତି। ସଂମ୍ପାଦକ ମନୋଜ ଶବର ୪୪୧ ଭୋଟରେ ବାଜିମାତ କରିଥିବା ବେଳେ ଆଦିତ୍ୟପାଢ଼ୀ ଙ୍କୁ ପଛରେ ପକାଇ ୭୧ ଟି ଭୋଟ ରେ ବାଜିମାତ କରିଛନ୍ତି। ସହ ସଂମ୍ପାଦକ ଏସ୍ ଶ୍ରୀ ଲକ୍ଷ୍ମୀ ୪୫୦ ଭୋଟ ହାତେଇଥିବା ବେଳେ ସ୍ମୁତିମୟି ସେନେପତୀ କୁ ପଛରେ ପକାଇ ୫୨ ବ୍ୟବଧାନରେ ବାଜିମାତ କରିଛନ୍ତି। କ୍ରୀଡା ସଂମ୍ପାଦକ ଦେବରାଜ ତରେଇ, ସହ ସଂମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ନାଟ୍ୟ ବିଭାଗ ସଂମ୍ପାଦକ ହେମନ୍ତ କୁମାର ଶବର , ସହ ସଂମ୍ପାଦକ ନିଖିଲି କୁମାର ଗମାଙ୍ଗ, ଭାଷା ଓ ସାହିତ୍ୟ ସଂମ୍ପାଦକ ଶୂଭମ୍ ସାହୁ , ସହ ସଂମ୍ପାଦକ ଜତୀନ୍ଦ୍ର ନାଥ ନାୟକ, ଡିଏସ୍ଏ କମନରୁମ୍ ରେ ସଂମ୍ପାଦକ ନିଶାରାଣି ପାଣିଗ୍ରାହୀ, ସହ ସଂମ୍ପାଦକ ଅମିଶା ଶବର,ହ୍ୟୁମାନିଟି ଏସୋସିଏସନ ଶୂଭଶ୍ରୀ ଦାସ, ସହ ସଂମ୍ପାଦକ ସରୋଜ ପରୀଛା, ବିଜ୍ଞାନ ବିଭାଗ ସଂମ୍ପାଦକ ଚାଣ୍ଟି ପାଲକା, ସହ ସଂମ୍ପାଦକ ଶୂଭମ ସାହୁ, ବାଣିଜ୍ୟ ବିଭାଗ ସଂମ୍ପାଦକ ରିଙ୍କି ମହାନନ୍ଦିଆ, ସହ ସଂମ୍ପାଦକ ମୁନା ପ୍ରଧାନି ବାଜିମାତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.