କେନ୍ଦୁଝର,ତା୧୬/୧୦- ଆଜି ଥିଲା ଦେଶର ଜଣେ ବରିଷ୍ଠ ରାଜନେତା ଓଡ଼ିଶାର ପୂର୍ବତନ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ। ନବୀନ ବାବୁ ଏବେ ଖୁବ୍ ଚଳଚଞ୍ଚଳ ଅଛନ୍ତି ତାଙ୍କର ଶୁଭ ମନାସି ଜିଲ୍ଳା ବିଜୁ ଜନତା ଦଳ ପକ୍ଷରୁ ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଦଳର କର୍ମୀ ଓ ନେତା ନେତ୍ରୀ ମାନେ କେନ୍ଦୁଝର ଜିଲ୍ଲାର ରାଷ୍ଟ୍ର ଦେବତା ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟ୍ଟନାୟକ ଓ ମୀନା ମାଝୀ, ବିଜେଡ଼ି ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, କାଉନସିଲର ଇଂ କେକି କାକଳି କୁମୁରା, ସମାଜସେବୀ ଦିଲୀପ କୁମାର ସାହୁ, ରକ୍ଷାକର ସାହୁ, ସିଦ୍ଧେଶ୍ୱର ସାହୁ, ସଞ୍ଜୀବ ଝରା, ଜଗଦୀଶ ବାବୁ ଆଦି ଯୋଗ ଦେଇଥିଲେ।