ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ

29


ଓଡ଼ଗାଁ, ୧୬ା୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ ଅବସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶୁକ୍ରବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଅଂଶ ସ୍ୱରୂପ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଆତ୍ମା କମିଟି ଅଧ୍ୟକ୍ଷ ଅଭିମନ୍ୟୁ ମାଝି, ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ ଏବଂ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରକାଶ ଚନ୍ଦ୍ର ପଣ୍ଡିତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ବଉଳ, ବେଲ, ଅଁଳା, ପଣସ ଓ ପିସ୍ତା ବାଦାମ ଆଦି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ବ୍ଲକ୍ କୃଷି ଅଧିକାରୀ ପ୍ରତିଭା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କୃଷି ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.