ଓଡ଼ଗାଁ, ୧୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନ୍ତର୍ଗତ ଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ୍ର ୧୬ଟି କ୍ଲଷ୍ଟରରୁ ୪ଟି ବ୍ୟାଚ୍ରେ ମୋଟ ୨୦୦ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁ ଏବଂ ପ୍ରଭାତ ଚନ୍ଦ୍ର ବାହିନୀପତି ବିଦ୍ୟାଳୟରେ କମ୍ ଦୃଷ୍ଟିଶକ୍ତି ଥିବା ଛାତ୍ରଛାତ୍ରୀଙ୍କୁ କିପରି ଚିହ୍ନଟ କରାଯିବ, ସେ ସମ୍ପର୍କରେ ଶିକ୍ଷକମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଛାତ୍ରଛାତ୍ରୀଙ୍କ ଦୃଷ୍ଟିଜନିତ ସମସ୍ୟାକୁ ଠିକ୍ ସମୟରେ ଚିହ୍ନଟ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏହି ପ୍ରକ୍ରିୟାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ଅନେକ ଛାତ୍ରଛାତ୍ରୀ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗର ଲାଭ ପାଇପାରିବେ ବୋଲି ଚକ୍ଷୁ ଚିକିତ୍ସା ଅଧିକାରୀମାନେ ପରାମର୍ଶ ଦେଇଥିଲେ।
ଓଡ଼ଗାଁ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ସମ୍ବଳ ଶିକ୍ଷକ ସଞ୍ଜୟ କୁମାର ଜେନା, ରବୀନ୍ଦ୍ର ନାଥ ସାହୁ ଓ ରାଜକିଶୋର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.