ହସ୍ତତନ୍ତ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବଙ୍କ ଡମ୍ବସରା ପି.ଏମ୍. ଶ୍ରୀ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

28

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: – ରାୟଗଡ଼ା ଜିଲ୍ଲା ଡମ୍ବସରା ର ପି.ଏମ୍. ଶ୍ରୀ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ ମାନ୍ୟବର ହସ୍ତତନ୍ତ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଗୁହା ପୁନମ ତପସe କୁମାର। ପରିଦର୍ଶନ ପରେ ବିଦ୍ୟାଳୟ ର ଉନ୍ନତି କରଣ କୁ ଦେଖି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସାଧୁବାଦ ଜଣାଇବା ସହ କୋମଳମତି ବାଳିକା ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ସମସ୍ତ ଛାତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରେରଣାଦାୟକ ବାର୍ତା ଦେଇ ଉତ୍ସାହିତ କରିଥିଲେ। ତା ସହ ଅନେକ ଦିନ ପରେ ନିଜର ପୋଷ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିବା ଅବସରରେ ସମସ୍ତ ଅନ୍ତେବାସୀଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କ ଦ୍ଵାରା ପେନସିଲରେ ପ୍ରସ୍ତୁତ ସଚିବଙ୍କ ପ୍ରତିଛବିକୁ ପ୍ରଦାନ କରିଥିଲେ ଯାହା ଉପସ୍ଥିତ ସମସ୍ତ ଅତିଥିଙ୍କୁ ଭାବବିହ୍ବଳ କରିଦେଇଥିଲା। ଏହି ଅବସରରେ ରାୟଗଡ଼ା ସିଡିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ-ଜିଲ୍ଲାପାଳ ଶ୍ରୀ ଦିଲୀପ ଦୁଧାଲ ଅଭିଷେକ, ଗୁଣୁପୁର ବିଡିଓ ଶ୍ରୀ ସ୍ୱସ୍ତିକ ଜମାଦାର, ଗୁଣୁପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସବିତା ଶବର ଙ୍କ ସମେତ ଗୁଣୁପୁର ଡବ୍ଲ୍ୟୁ.ଇ.ଓ ଶ୍ରୀ ଗଙ୍ଗାଧର ବେହେରା ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ବାସ୍ତବିକ ଜୀବନ ରେ ସଫଳତା ହାସଲ କରିବା ପାଇଁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ହେବ ଏବଂ ଲକ୍ଷ୍ୟ ସ୍ଥିର କରି ତାକୁ ସାକାର କରିବା ନିମନ୍ତେ କଠୋର ସାଧନା ଦରକାର ବୋଲି ନିଜ ନିଜ ଉଦବୋଧନ ରେ ପିଲାଙ୍କୁ ବୁଝାଇ କହିଥିଲେ। ଅତିଥି ମାନଙ୍କ ସହିତ ଆଲୋଚନା କରି ଛାତ୍ରୀମାନେ ବହୁତ ଖୁସି ଏବଂ ଉତ୍ସାହିତ ହୋଇଥିଲେ। ଏହା ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଥିଲେ।

Leave A Reply

Your email address will not be published.