ଆମ ବିଦ୍ୟାଳୟ ଏକ ସାଧନା ପୁସ୍ତକ ଉନ୍ମୋଚିତ

0

ବୌଦ୍ଧ(ସୁମନ ନାଏକ) ; ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୁରୁବୁଡା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ପୁଜ୍ୟ ଗୁରୁ ତଥା ଅଂଚଳର ବରିଷ୍ଠ  ଶିକ୍ଷାବିତ ରଘୁନାଥ ଦେହୁରୀଙ୍କ ସଭାପତିତ୍ୱରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଥିଲା ।ଏହି ସଭାରେ ବର୍ଷିୟାନ ଶିକ୍ଷକ ତଥା ଦିର୍ଘ ୪୦ ବର୍ଷ ଧରି ୧୯୬୬ ମସିହା ଠାରୁ ରାମଗଡ,ପୁରୁଣାକଟକ,ମୁଣ୍ଡାପଡା ଓ ଜନ୍ମମାଟି ତିଲେଶ୍ୱର ଲାଲବାହାଦୁର ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା  ଓ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ମେହେର ଙ୍କୁ ତାଙ୍କର ୭୯ତମ ଜନ୍ମବାର୍ଷିକ ଅବସରରେ ସଂମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଶ୍ୟାମସୁନ୍ଦର ମେହେରଙ୍କ ଦ୍ୱାରା ଲିଖିତ ଆମବିଦ୍ୟାଳୟ ଏକ ସାଧନା ଶିର୍ଷକ ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ରଘୁନାଥ ମେହେର ,ମୂଖ୍ୟ ବକ୍ତା ଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ  ଶିକ୍ଷା ଅଧିକାରୀ ସନାତନ ଗାହାଣ  ଯୋଗଦେଇଥିଲେ । ଶିକ୍ଷାବିତ ତଥା ପୁରୁଣାକଟକ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଜଂୟ ପଣ୍ଡା ସମ୍ମାନୀତ ଅତଥି ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ କେଦାରେଶ୍ୱର ମିଶ୍ର ଅତିଥିପରିଚୟ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ଅତିଥି ଶ୍ୟାମସୁନ୍ଦର ମେହେରଙ୍କ ଦୀର୍ଘଜିବନ କାମନା କରିବା ସହ ଛାତ୍ରମାନଙ୍କପ୍ରତି ତାଙ୍କର ଭଲପାଇବା ଓ ପ୍ରେରଣା ଯୋଗୁଁ ତାଙ୍କର ପ୍ରଶଂଶା କରିଥିଲେ । ସାରଙ୍କ ଶିଷ୍ୟ ନାଟ୍ୟକାର ଗଦାଧର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ସନତ ବିଶି,ମକରଧ୍ୱଜ ନାୟକ,ଦିନମଣି ଡାଙ୍ଗ,ନାରାୟଣ ପ୍ରଧାନ,ରଘୁନାଥ ମିଶ୍ର,ସୁରେନ୍ଦ୍ର ପ୍ରଧାନ,ଚତୁଭୁଜ ଦେହୁରୀ,ସୁରେଶ ମହାପାତ୍ରଙ୍କ ସହ ବହୁ ସଂଖ୍ୟାରେ ବୁଦ୍ଧିଜିବି ମାନ୍ୟଗଣ୍ୟ ବ୍ୟକ୍ତି ପରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।   

 

Leave A Reply

Your email address will not be published.