ରକ୍ତଚାପ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

10

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ବର୍ତ୍ତମାନ କିଶୋରଠୁ ବୃଦ୍ଧ ସମସ୍ତେ ବ୍ୟସ୍ତ, ଧୈର୍ଯ୍ଯହରା ଏଣୁ ରକ୍ତଚାପ ବଢୁଛି।ଆମିଷ,ପନିର, ଅଶୁଦ୍ଧ କ୍ଷୀର,ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ, ଚିନ୍ତା, ଆଳସ୍ୟ ଓ କ୍ରୋଧ ଦ୍ଵାରା ଚର୍ବି ବଢି ରକ୍ତଚାପ ହୁଏ l
ଏହି ସବୁ କାରଣ ତ୍ୟାଗ କରି ସାତ ଘଣ୍ଟା ଶୋଇବେ, ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ,ଆସନ କରିବେ,ରକ୍ତଚାପରେ ସର୍ପଗନ୍ଧା ମୂଳ,ବ୍ରାହ୍ମୀ, ଅର୍ଜୁନ ଛାଲି କ୍ୱାଥ,ଜୁଆଣି ସେବନ କଲେ ରକ୍ତଚାପ ସହ ଚର୍ବି ମଧ୍ଯ ଭଲ ହୋଇଯାଏ l
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ,ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତି । ଡ଼l. ନକୁଳ ସାହୁ, ଫୋନ 9861450612,

Leave A Reply

Your email address will not be published.