ବାସୁଦେବପୁର ବ୍ଳକର ବରଣ୍ଡୁଆ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

9

ଭଦ୍ରକ, ତା–୧୨/୧୦/୨୦୨୬: ବାସୁଦେବପୁର ବ୍ଳକର ବରଣ୍ଡୁଆ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜ଼ିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି ।

ଏହି ଶୁଣାଣିରେ ମୋଟ ୩୮୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୩୪୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୪୬ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା।

ଶୁଣାଣି ସମୟରେ ୩୬ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା ।

ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ମୁଖ୍ୟ ଉନ୍ନୟନ ଅଧିକାରୀ, DRDA, ଶୁଭେନ୍ଦ୍ର ସାମଲ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମିତା କର,. ତହସିଲଦାର ପ୍ରିୟବ୍ରତ ଦାସ ଓ ବାସୁଦେବପୁର କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପାଳିକା ସୁଧାଂଶୁ ମୋହନ ସ୍ୱାଇଁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.