ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ରାଜବୋଡ଼ାସମ୍ବର ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ଆଜି ଗମ୍ଭାରୀଡିହି ରୁ ଲୋହାରପାଲି ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଲୋହାରପାଲି ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ଯ ଉପସଭାପତି ସୁବ୍ରତ ସିଂ, ସମ୍ପାଦକ ରାଜୁ ଘିବେଲା, ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାର୍ଥ ମିଶ୍ର, ଉପସଭାନେତ୍ରୀ ରଜନୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁର୍ଣିମା ରଣା, ପ୍ୟାକ୍ସ ସଭାପତି ମହେଶ୍ୱର ପୁରୀ, ବ୍ଲକ୍ ସଭାପତି ଦୁଷ୍ମନ୍ତ ପଟେଲ , ସୋହେଲା ବ୍ଲକ ବିଜେଡି ସଭାପତି ଗଣତନ୍ତ୍ର ପଧାନ, ସରପଞ୍ଚ ଝରଣା ଲୁହା ଯୋଗଦେଇ ରାଜ୍ୟ ସରକାର ଙ୍କ ବିଫଳତା ସଂପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।

ଟାଉନ ସଭାପତି ନବକିଶୋର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କୁନା ସାହୁ, ରାଜୁ ସାହୁ, ମହେନ୍ଦ୍ର ବରିହା, ଋଷବ ସାହୁ,ଶ୍ରୀମନ୍ତ ବରିହା, ବିରଞ୍ଚି ବରିହା, ସହଯୋଗ କରିଥିଲେ।