କବିତା ପୁସ୍ତକ ବନଗିରି ଲତାଗିରି ପାଇଁ କବି ଦୀନବଂଧୁ ବେଜ ପାଇଲେ ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ -୨୦୨୬
ତା ୧୧ -୧୦ -୨୦୨୬ ରିଖ ରବିବାର ବ୍ରହ୍ମପୁର ସ୍ଥିତ କେ ସି ପବ୍ଲିକ ସ୍କୁଲ ସଭାଗୃହ ଠାରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିବା ଭବ୍ୟ ସାହିତ୍ୟ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର କବି ଦୀନବଂଧୁ ବେଜଙ୍କ କବିତା ପୁସ୍ତକ ବନଗିରି ଲତାଗିରି କୁ ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ -୨୦୨୬ ପ୍ରାପ୍ତ ହୋଇଛି ।
ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଲେଖିକା ଓ ପ୍ରଶାସିକା ଡ. ମମତାରାଣୀ ନାୟକ ଭୁବନେଶ୍ୱର, ସମ୍ମାନିତ ବକ୍ତା ବିଶିଷ୍ଟ ସମ୍ପାଦକ ନିହାର ଶତପଥୀ, ସମ୍ପାଦକ ସାହିତ୍ୟ ଚର୍ଚ୍ଚା, ସ୍ୱତନ୍ତ୍ର ଅତିଥି ସାମ୍ବାଦିକ ଓ ସଂଗଠକ ଶ୍ରୀ ରବି ରଥ, ସଂପାଦକ ନବୀନ ଓ ସାହିତ୍ୟ ସଂଗଠକ ହୃଷିକେଶ ଗୌଡ, ଗଜପତି, ସଭାପତି ଆଇନଜୀବୀ ସୁଧାଂଶୁ ଶେଖର ସାହୁ, ଖଲ୍ଲିକୋଟ ଯୋଗ ଦେଇଥିଲେ ଯାହାକୁ ସଞ୍ଚାଳନ କରିଥିଲେ ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦକ ଭାଗୀରଥି ବେହେରା ।
ଏହି ଅବସରରେ ୨୦୨୬ ବର୍ଷ ନିମନ୍ତେ ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ ପ୍ରାପ୍ତ ପୁସ୍ତକ ବନଗିରି ଲତାଗିରି ପାଇଁ କବି ଦୀନବଂଧୁ ବେଜଙ୍କୁ ସମ୍ମାନ ସନନ୍ଦ ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ପ୍ରକାଶ ଥାଉକି ଏହି ଲତାଗିରି ବନଗିରି କବିତା ପୁସ୍ତକ ସାଧନା ଛପା ଛପି ପ୍ରକାଶନ ସଂସ୍ଥା ପ୍ରକାଶ କରିଥିବା ବେଳେ ୨୦୨୫ ରାଜଧାନୀ ପୁସ୍ତକ ମେଳାରେ ଶିକ୍ଷାମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା ।
ନୈସର୍ଗିକ ପ୍ରକୃତି, ପାହାଡ଼ ପର୍ବତ, ବନ ଝରଣା ଓ ଉପାନ୍ତ ଅଂଚଳର ସାମାଜିକ ଚାଳିଚଳଣ ର ଝଲକ ଏହି ପୁସ୍ତକରେ ଫୁଟି ଉଠିଛି ।
କବି ଏହି ସମ୍ମାନରେ ସମ୍ମାନିତ ହେଲାପରେ ସ୍ଥାନାୟ ଅଂଚଳର କବି, କବୟିତ୍ରୀ ଓ ପାଠକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ଏହି ଅବସରରେ କବି ଅନୁଷ୍ଠାନର ଉତରତ୍ତୋର କାମନା କରିବା ସହିତ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଭାଗିରଥି ବେହେରା ଓ ସଂପଦକ ମଣ୍ଡଳୀ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତିି ।