ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାହାନ୍ତିଆ ସକାଳେ ଏକ ଦାମୀ କାର ଯୋଗେ ବହୁ ପରିମାଣର ଦେଶୀ ଚୋରା ମହୁଲି ମଦ ଅନ୍ୟତ୍ର ଚୋରା ଚାଲାଣ ହେଉଥିବା ସମୟରେ ଅବକାରୀ ପୋଲିସ ତାକୁ ସଫଳତାର ସହ ଧରିବାରେ ସକ୍ଷମ ହୋଇଛି । ଏ ସଂକ୍ରାନ୍ତରେ ଅବକାରୀ ପୋଲିସ କାର ଓ ସେଥିରେ ଥିବା ଚୋରା ଦେଶୀ ମହୁଲି ମଦ ଓ ସମ୍ପୃକ୍ତ କାରକୁ ଜବତ କରିବା ସହ କାରରେ ବସିଥିବା ଜଣକୁ ଗିରଫ କରାଯାଇଛି ଏବଂ ଘଟଣା ସ୍ଥଳରୁ ହିଁ କାର ଡ୍ରାଇଭର ସୁଯୋଗ ପାଇ ଘଟଣା ସ୍ଥଳରୁ ଚମ୍ପଟ ମାରି ଖସି ପଳାଇଥିଲା।
ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ପାରଳାଖେମୁଣ୍ଡି ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀ କେ. ତ୍ରିପତି ପଟ୍ଟନାୟକ କହିଛନ୍ତି ଯେ , ଆଗକୁ ଦଶହରା ପର୍ବ ଅଛି , ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ଧରପଗଡକୁ ଜୋରଦାର କରାଯାଇଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଅବକାରୀ ପେଟ୍ରୋଲିଙ୍ଗ ଜାରୀ ରହିଛି।
ଆଜି ଭୋର୍ ସକାଳେ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକର ମାର୍ଲାବା ଘାଟି ନିକଟସ୍ଥ ଆରିସଲ ଗ୍ରାମ ଅଞ୍ଚଳରେ ଅବକାରୀ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଏକ ଦାମୀ କଳା କାର ନଂ- ଓଡ଼ି-୦୨ ସିଜି-୬୯୯୭ କ୍ଷୀପ୍ର ଗତିରେ ଖଜୁରୀପଦା ଆଡ଼କୁ ଯାଉଥିବା ବେଳେ ଆମେ ତାକୁ ଅଟକାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ତାହା ନ ଅଟକିବା ଫଳରେ ଆମେ ତାର ପିଛାକରି ତାର ଆଗକୁ ଯାଇ ଅଟକାଇଥିଲୁ। ଗାଡ଼ିକୁ ଯାଞ୍ଚ କରିବା ବେଳେ ସୁଯୋଗ ପାଇ ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରି ଅନ୍ୟତ୍ର ଖସି ପଳାଇ ଯାଇଥିଲା ଏବଂ ଗାଡ଼ିରେ ମଦ ସହିତ ବସିଥିବା ଗାଗାନ ଶବର କୁ ଗିରଫ କରାଯାଇଥିଲା। ଗାଡ଼ିର ପଛ ଡିକି ଓ ମଝିରେ ୨୩ ଟି ୨୦ ଲିଟରିଆ ପ୍ଲାଷ୍ଟିକ ଜାରରେ ଭର୍ତ୍ତି ଚୋରା ଦେଶୀ ମହୁଲି ମଦ ରହିଥିଲା। ଯାହାର ମୋଟ ପରିମାଣ ୪୬୯ ଲିଟର ଥିଲା ଏବଂ ତାହାର ବଜାର ଆନୁମାନିକ ମୂଲ୍ୟ ୯୨ ହଜାର ଟଙ୍କା ହେବ , ସେ ସବୁକୁ କାର ସହିତ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ପାରଳାଖେମୁଣ୍ଡି ଅବକାରୀ ଥାନା କେଶ ନଂ-୧୫୭/୨୦୨୬-୨୭ ରେ ଆସାମୀକୁ ଗିରଫ କରାଯାଇ ମାନ୍ୟବର କୋର୍ଟ କୁ ଆଜି ଚାଲାଣ କରାଯାଉଛି ବୋଲି ରେଞ୍ଜ ଇନ୍ସପେକ୍ଟର ଶ୍ରୀ କେ.ତ୍ରିପତି ପଟ୍ଟନାୟକ ସୂଚନା ଦେଇ କହିଛନ୍ତି।
ଏହି ଅବକାରୀ ପେଟ୍ରୋଲିଙ୍ଗ ଧରପଗଡ ଓ ଚଢାଉ ବେଳେ ପାରଳାଖେମୁଣ୍ଡି ଅବକାରୀ ଏସ.ଆଇ ଶ୍ରୀ ଭୁବନ ବେହେରା , ଏ.ଏସ.ଆଇ ନୀଳାମ୍ବର ନାୟକ ଓ ମିନତି ପାଇକ , ଏସ.ଆଇ. ସେକରି ଉଲ୍ଲା ଏବଂ ଷ୍ଟାଫ କିଶୋର ଘଡ଼ାଇ , ସର୍ବେଶ୍ୱର ଦାସ ଓ ଏମ. ଧର୍ମା ରାଜୁ ପ୍ରମୁଖ ଥିଲେ।
Sign in
Sign in
Recover your password.
A password will be e-mailed to you.