ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ନିର୍ବାଚନ ସକାଶେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନୋନୟନ ପତ୍ର ଦାଖଲ ହୋଇଛି।
ଏଥିରେ ଛାତ୍ରସଂସଦର ସଭାପତି ପଦ ପାଇଁ ଶୁଭମ୍ ପଣ୍ଡା , ସଲୋମନ ପାଟଭୂୟାଁ , କୃଷ୍ଣଚନ୍ଦ୍ର କାର୍ଯୀ , ଗିରିଧର ଶ୍ରୀରାମ ପ୍ରାର୍ଥୀ ଥିବାବେଳେ ଉପସଭାପତି ପଦପାଇଁ ଅମିଶା ରାଣୀ ସିଂ, ପଣ୍ଡୀ ରଇତ , ଗୌରୀଶଙ୍କର ପୁଝାରୀ , ଉଜେଲ ନାଏକ , ରୁଦ୍ରପ୍ରତାପ ଗୁରୁ , ବିକ୍ରମ କାର୍ଯୀ ପ୍ରାର୍ଥୀ , ସାଧାରଣ ସମ୍ପାଦକ ପଦ ପାଇଁ ନବୀନ ବେହେରା , ପଟନାନା ଅଖିଲ , ବୀରେନ୍ଦ୍ର ପରିଚ୍ଛା , ମନସ୍ୱିନୀ ଭୂୟାଁ , ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ପୁରାବଣ୍ଟମ କୁମାରସ୍ୱାମୀ , ଟୁନା ବିଡିକା , ଜଗନ୍ନାଥ ଶବର , କ୍ରୀଡା ସଂସଦର ସମ୍ପାଦକ ପଦବୀ ପାଇଁ ସତ୍ୟନାରାୟଣ ଦଣ୍ଡସେନା , କୁଳନନ୍ଦନ ଶବର , ଈଶ୍ବର ନାଗବଂଶ , ରାଜେଶ କୁମାର ନାଏକ , ନାଟ୍ୟସଂସଦର ସମ୍ପାଦକ ପଦବୀ ପାଇଁ ଦୀପକରଞ୍ଜନ ମହାପାତ୍ର , କିଶୋର ଘଡେଇ , ହନୁ ଜେନା , ବିଜ୍ଞାନ ସଂସଦର ସମ୍ପାଦକ ପାଇଁ ମାନସରଞ୍ଜନ ଗନ୍ତାୟତ, ବିଶ୍ୱଜିତ ପଟ୍ଟନାୟକ ଓ ଦିବାକର ରଇତ ପ୍ରାର୍ଥୀ ଭାବେ ସେମାନଙ୍କ ମନୋନୟନ ପତ୍ର ସ୍ୱୀକୃତି ହୋଇଛି।
ଏହାଛଡା ନିର୍ଦ୍ୱନ୍ଦ୍ୱରେ ଓଡିଆ ଭାଷା ସମ୍ପାଦିକା ଭାବେ ସ୍ନେହା ବେହେରା , ଏସଏଜିର ସମ୍ପାଦକ ମିତେଶ କୁମାର ମଣ୍ଡଳ , ଛାତ୍ରୀ କମନରୁମ୍ ସମ୍ପାଦିକା ଭାବେ ମୀରାରାଣୀ ନାଏକ , ଛାତ୍ର କମନରୁମ୍ ସମ୍ପାଦକ ଭାବେ ପ୍ରଭାକର କାର୍ଯୀ ନିର୍ବାଚିତ ହୋଇଛନ୍ତି। ଆଗାମୀ ୧୫ ତାରିଖ ଦିନ ଛାତ୍ରସଂସଦ ନିର୍ବାଚନ ହେବ।
Sign in
Sign in
Recover your password.
A password will be e-mailed to you.