ଦେଶୀ ମଦ ଓ ଜିଞ୍ଜର ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ

5

ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ଓ ରୂଢିଙ୍ଗିଆ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ ଓ ୭.୨୦୦ ଲିଟର ଜିଞ୍ଜର ସହିତ ଗୋଟିଏ ମୋଟର ସାଇକେଲ ଜବତ କରିବା ସହିତ କୁରୁଣ୍ଟା ଗ୍ରାମର ମୁନା ମୁର୍ମୁ ଓ ରୂଢିଙ୍ଗିଆ ଗ୍ରାମର ରବୀନ୍ଦ୍ର ମହାନ୍ତି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦ, ଜିଞ୍ଜର ଓ ମୋଟର ସାଇକେଲ ର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.