ମହିଳା ସମ୍ପର୍କିତ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

15

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବଂଶଧାରା କଲେଜ ରେ ମହିଳା ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |
ଏହି କର୍ମଶାଳା ଗୁଣୁପୁର ଆଦର୍ଶ ପୋଲିସ ଥାନା ଏବଂ ସାହାରା ପରିବାର ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଥିଲା |
କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଆଦର୍ଶ ଥାନା ଅଧିକାରୀ ସୁଶ୍ରୀ ହେମଲତା ଶବର ମୁଖ୍ୟ ଵକ୍ତା ଭାବେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ତଥା ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ସାହୁ ଅତିଥି ଭାବେ ବଂଶଧାରା କଲେଜ ର ଅଧକ୍ଷ୍ୟ ଅରୁଣ କୁମାର ପାଢ଼ୀ ଏବଂ ଗୋପାଳ ଚନ୍ଦ୍ର ପଟନାୟକ ଯୋଗ ଦେଇ ଥିଲେ |
ଏହି କାର୍ଯ୍ୟକ୍ରମ ରେ ମହିଳା ସମ୍ପର୍କିତ ପୋସ୍କ ଆଇନ ବାଲ୍ୟ ବିବାହ ଆଇନ ଭଳି ବହୁ ଆଇନ ଉପରେ ଆଲୋଚନା କରିଥିଲେ | ଶେଷରେ କଲେଜ ର ଉପାଧ୍ୟକ୍ଷ ଗୋପାଳ ପଟନାୟକ ଧନ୍ୟବାଦ ଦେଇଥିଲେ |

Leave A Reply

Your email address will not be published.