ନୀଳଗିରି, ୧୦/୧୦: ବାଲେଶ୍ୱର ଜିଲ୍ଲାର କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ବନ୍ୟଜନ୍ତୁ ଶିକାର ଉଦ୍ୟମ ଅଭିଯୋଗରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬ ଜଣଙ୍କୁ ଧରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରା ରେ କଏଦ ଫଟୋ ଏବଂ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ଆଧାରରେ ବନ ବିଭାଗ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ସୂଚନା ୯ ଅକ୍ଟୋବର ୨୦୨୬ ରାତିରେ ବନ ବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ୮ଟି ଦେଶୀ ବନ୍ଧୁକ, ୧୬ଟି ସୀସା ଗୁଳି, ୩ଟି କଟା ସୀସା ରଡ୍ ଖଣ୍ଡ, ୨୦ ଗ୍ରାମ କଳା ବାରୁଦ, ଗୋଟିଏ ଲୁହା ରଡ୍, ୩ଟି ଧନୁ ଓ ୫ଟି ତୀର ଜବତ କରାଯାଇଥିଲା। ଏହି ଘଟଣାରେ ମଦନ ସିଂ (୪୬), ଗୁରୁବା ସିଂ (୨୩), ଘନା ସିଂ (୨୮), ଶନିଆ ସିଂ (୩୨), ଦେବେନ୍ଦ୍ର ସିଂ (୨୬) ଓ ମଙ୍ଗୁଳୁ ସିଂ (୩୧)ଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ସେମାନେ ନୀଳଗିରି ଥାନା ଅନ୍ତର୍ଗତ ସିଆଡିମାଳ ପଞ୍ଚାୟତ ଅଞ୍ଚଳର ବୋଲି ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି। ଜବତ ସାମଗ୍ରୀ ସହ ୬ ଜଣଙ୍କୁ କୁଳଡିହା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏନେଇ କୁଳଡିହା ବନ୍ୟପ୍ରାଣୀ ରେଞ୍ଜରେ ଓ.ଆର. କେସ୍ ନଂ ୧୫ କୁଲଡିହା ୨୦୨୬-୨୭ ରୁଜୁ କରାଯାଇଛି। ଏହି ଚଢ଼ାଉରେ କୁଲଡ଼ିହା ଭାରାପ୍ରାପ୍ତ ରେଞ୍ଜ ଅଧିକାରୀ ସୌମ୍ୟରଞ୍ଜନ ମାଝୀ, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ହୃଷୀକେଶ ପ୍ରଧାନ, ହାତିଖୋଲିଆ ଫରେଷ୍ଟର ଜୟନ୍ତ କୁମାର ପ୍ରଧାନ, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ଗାର୍ଡ ଜୟଲକ୍ଷ୍ମୀ ପୁହାଣ ଏବଂ ତେଣ୍ଡା ବିଟ୍ ର ଫରେଷ୍ଟ ଗାର୍ଡ ରାକେଶ କୁମାର ବାରିକ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.