ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠା ସ୍ଥିତ ଗଜପତି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଜିଲ୍ଲାର ୩ ଜଣ ପୋଲିସ ଅଧିକାରୀ ଏବଂ ଜଣେ ସରକାରୀ ଓକିଲଙ୍କୁ ସେମାନଙ୍କ ପ୍ରଶଂସନୀୟ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ନିଷ୍ଠାପରତା ପାଇଁ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।
ଜିଲ୍ଲାରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ତଥା ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ବିଶେଷ ଭୂମିକା , ନିଷ୍ଠାପର କର୍ତ୍ତବ୍ୟର ସଫଳ ସମ୍ପାଦନ ଏବଂ ବୃତ୍ତିଗତ ନିଷ୍ଠା ପାଇଁ ୩ ଜଣ ପୋଲିସ ଅଧିକାରୀ ଏବଂ ଜଣେ ସରକାରୀ ଓକିଲଙ୍କୁ ପ୍ରଶଂସା ପତ୍ର ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ସମ୍ମାନିତ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଏବଂ ଡିଏସପି ଶ୍ରୀ ଅମିତାଭ ପଣ୍ଡାଙ୍କ ସହ ଆର: ଉଦୟଗିରି ଥାନାଧିକାରୀ ଏବଂ ଜଣେ ସରକାରୀ ଓକିଲ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା. ସମ୍ମାନିତ ଅଧିକାରୀ ଓ ସରକାରୀ ଓକିଲଙ୍କୁ ଅଭିନନ୍ଦନ ଜଣାଇବା ସହ ସମାନ ନିଷ୍ଠା ଓ ବୃତ୍ତିଗତ ଦକ୍ଷତାର ସହ ନିଜର ସେବା ଆଗକୁ ଆହୁରି ଅଧିକ ଜାରି ରଖିବାକୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post