କୋଲାବିରାରେ ସମଲେଶ୍ୱରୀ ସାହିତ୍ୟ ସଂସଦ ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ,ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ

8


ଝାରସୁଗୁଡ଼ା – ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ସମଲେଶ୍ୱରୀ ସାହିତ୍ୟ ସଂସଦ ର ଚତୁର୍ଦ୍ଦଶ ସ୍ୱ ନକ୍ଷତ୍ର ଉତ୍ସବ,ବାର୍ଷିକ ପତ୍ରିକା ଅଗ୍ନିତୀର୍ଥ ର ଉନ୍ମୋଚନ ଓ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ରବିବାର ସ୍ଥାନୀୟ ଶହୀଦ କରୁଣାକର ପାର୍କ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସଂସଦର ସଭାପତି ପ୍ରଜ୍ଞା ସୌରଭ ଶୋଭାଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଅନୁଷ୍ଠିତ ସଭାରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ମୂଖ୍ୟଅତିଥି ଓ ପୋଲିସ ମହାବିଦ୍ୟାଳୟ ବରଗଡ଼ ର ପ୍ରାକ୍ତନ ଓଡ଼ିଆ ଅଧ୍ୟାପକ ଦ୍ୱାରିକା ନାଥ ନାଏକ ମୂଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଉପରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ଏଥିରେ ବିଶିଷ୍ଟ କଥାକାର ବଳଦେବ ଦୀକ୍ଷିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମଲେଶ୍ୱରୀ ସାହିତ୍ୟ ସଂସଦ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ l ଏ। ଅବସରରେ ଦିବଂଗତ ରାଜମାତା ଗୁଣବନ୍ତି କୁମାରୀ ଦେଇ, ଅଭିମନ୍ୟୁ ପଟେଲ, ବିକ୍ରମ ପାଣ୍ଡେ, ଅରୁଣ କୁମାର ପଟ୍ଟନାୟକ, ଜନ୍ମେଜୟ ବହିଦାର, ହରିବଂଶ ପ୍ରଧାନ, ସୁରେନ ଟଣ୍ଡକାର, ପୁଷ୍ପାଞ୍ଜଳି ଟଣ୍ଡକାର , ହରିଶଙ୍କର ସାହୁ, ଗୋବିନ୍ଦ ଚନ୍ଦ୍ର ଭୋଇ ଓ ନରୋତ୍ତମ ପୁରୋହିତ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏ ଅବସରରେ ଅତିଥି ମାନଙ୍କ ଦ୍ଵାରା ସମଲେଶ୍ୱରୀ ସାହିତ୍ୟ ସଂସଦ ର ମୁଖପତ୍ର ଅଗ୍ନିତୀର୍ଥ କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ l ଏହାସହ ରାଉରକେଲାର କଳ୍ପନା ନନ୍ଦ ଙ୍କୁ ସଂଯୁକ୍ତା ସ୍ମୃତି ସମ୍ମାନ, ଝାରସୁଗୁଡ଼ା ର ଜ୍ୟୋସ୍ନାମୟୀ ନାଥ ଙ୍କୁ ଅବନ୍ତୀ ସ୍ମୃତି ସମ୍ମାନ, ଗଞ୍ଜାମ ର ମମତା କୁମାରୀ ସୁଆର ଙ୍କୁ ସାହିତ୍ୟ ସୁରଭି ସମ୍ମାନ, ଝାରସୁଗୁଡ଼ା ର ଡ. ଦୂର୍ବାଦଳ କରାଳି ଙ୍କୁ କବିରତ୍ନ ସମ୍ମାନ, କଟକ ର ପ୍ରତାପ କୁମାର ପଣ୍ଡା ଙ୍କୁ ଜ୍ଞାନ ବାରିଧି ସମ୍ମାନ, ସୁନ୍ଦରଗଡ଼ ର ରଙ୍କନିଧି ସେଠୀ ଙ୍କୁ ନବୀନ ସ୍ମୃତି ସମ୍ମାନ, କାଙ୍କମାଲ ର ତୀର୍ଥବାସୀ ପଟେଲ ଙ୍କୁ ଅଗ୍ନିତିର୍ଥ ସାହିତ୍ୟ ସୁରଭି ସମ୍ମାନ, ସମାସିଂହା କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ, ତ୍ରିଲୋଚନ ନେତ୍ରାଲୟ ଝାରସୁଗୁଡ଼ା ଓ ଆଭା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଝାରସୁଗୁଡ଼ା କୁ ସାଦର କୃତଜ୍ଞତା ଓ ସମ୍ମାନପତ୍ର ୨୦୨୬ ରେ ସଂସଦ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସଂସଦର ସମ୍ପାଦକ କୀର୍ତ୍ତିଚନ୍ଦ୍ର ବହିଦାର ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ l ଜିଏଲ ହାଇସ୍କୁଲ ବେଲପାହାଡ ର ପ୍ରଧାନ ଶିକ୍ଷକ ସଚିନ୍ଦ୍ର ପଟେଲ ଓ ଶିକ୍ଷକ ପଣ୍ଡିତ ତୈଲୋକ୍ୟନାଥ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ l ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏ ଅବସରରେ ତ୍ରିଲୋଚନ ନେତ୍ରାଳୟ ର ସହଯୋଗ ରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା l ଏଥିରେ ୩ ଶହ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା l ଏହାସହ ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ୩୦ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ l ଡ଼ା ଶିଲାବନ୍ତି ଜୋଜୋ ଙ୍କ ନେତୃତ୍ୱରେ ସହକର୍ମୀ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ l କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦ ରୁ ଉର୍ଦ୍ଧ୍ବ କବି ନିଜର କବିତା ପାଠ କରିଥିଲେ l ଶିଶୁ କବି ଅଭିଷେକ ସାହୁ ଙ୍କ ଆମେ ସବୁ କୁଲାବିରିଆ କବିତା ପାଠ ବେଶ ଆକର୍ଷଣୀୟ ହୋଇଥିଲା l କୁଚିଣ୍ଡା ର ପଙ୍କଜ ଓ ଲଇଡ଼ା ର ଅଙ୍କିତା ଭଜନ ପରିବେଷଣ କରିଥିଲେ l ସମାସିଂହା ଧରଣୀଧର ସଙ୍ଗୀତ ପରିଷଦ ର ସମ୍ପାଦକ ଅତୁଲ୍ୟ ଚାନ୍ଦ ଓ ତାଙ୍କର ସହଯୋଗୀ ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଶିକ୍ଷକ ସରୋଜ ଟଣ୍ଡକାର, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ବେହେରା, ବିନୟ ମହାପାତ୍ର,ବସନ୍ତ ସାହୁ, ଡ଼ା. ମନୋଜ ପ୍ରଧାନ, ସମିର କୁମାର ପଟେଲ, ଟୀଙ୍କୁ ସିଂ ଠାକୁର, କୁନାଲ ବହିଦାର, ଅସିତ ବହିଦାର, ଚିନ୍ମୟ ବହିଦାର, ଅଧ୍ୟାପକ ସୁଶାନ୍ତ କୁମାର ଦାଶ,ତୁଳାରାମ ସେନାପତି, ସୁକାନ୍ତ ସାହୁ, ଭିଷ୍ମଦେବ ପଟେଲ, ଭୀମସେନ ଭଞ୍ଜ, ଶ୍ରୀମନ୍ତ ସାହୁ, ପ୍ରବୀଣ ସାହୁ, ସ୍ମୃତି ରଞ୍ଜନ ରାଏ, ଯୋଗୀନ୍ଦ୍ର ରାଏ, ପ୍ରକାଶ ଚନ୍ଦ୍ର ହୋତା, ଲଲିନ୍ଦ୍ର ଗୋଖରା ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Leave A Reply

Your email address will not be published.