ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଯୁବକକୁ ଜେଲ ଓ ଜୋରିମାନା On Jan 19, 2018 17 Share ବାରିପଦାରୁ ଦିଲ୍ଲୀପ ମହାନ୍ତି – ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍-୧ ଅଜିତ କୁମାର ସିଂ ଅଭିଯୁକ୍ତ ଯୁବକ ବାରିପଦା ସଦର ଥାନା ଅନ୍ତର୍ଗତ ମାଙ୍କଡ଼ାପାଳ ଗ୍ରାମର ହରି ଓରଫ ଶ୍ରୀହରି ନାୟକ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୩ ଅନୁସାରେ ୨ ବର୍ଷ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୩୭୬(୨) (ଆଇ)(ଏନ) ସେକସନ ୪୨ ଅଫ ଦା ପୋକସୋ ଆକ୍ଟରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏହି ସମସ୍ତ ଦଣ୍ଡ ଏକ କାଳୀନ ଲାଗୁ କରାଯିବା ନିମନ୍ତେ ମଧ୍ୟ ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫ ଫେବୃଆରୀ ୧୦ ମଙ୍ଗଳବାର କୁଳିଅଣା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକା ଭାଲୁକି ହାଇସ୍କୁଲକୁ ପାଠ ପଢ଼ିବା ନିମନ୍ତେ ଯାଉଥିବା ବେଳେ ରାସ୍ତାର ଆମ୍ବଡ଼ାଳି ଛକ ନିକଟରୁ ଅଭିଯୁକ୍ତ ଯୁବକ ଶ୍ରୀହରି ଏକ ଅଟୋ ରିକ୍ସାରେ ନାବାଳିକା ଛାତ୍ରୀକୁ ଉଠାଇ ବାରିପଦା କେସି ସାର୍କଲରେ ଉହ୍ଲାଇବା ପରେ ୁ ବସରେ ଉଦଳାକୁ ନେଇ ସେଠାରେ ସରସ୍ୱତୀ ମେଳା ବୁଲାଇ ସ୍ଥାନୀୟ ରେଷ୍ଟ ରୁମରେ ନାବାଳିକାକୁ ୩ ଦିନ ରଖି ତା ସହିତ ଦୁଷ୍କର୍ମ କରିଥିଲା । ଏହା ପରେ ଚତୃର୍ଥ ଦିନ ଶୁକ୍ରବାର ନିକଟସ୍ଥ ଜଙ୍ଗଲ ମଧ୍ୟକୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରି ନାବାଳିକା ଛାତ୍ରୀକୁ ଆଣି ତାର ଗ୍ରାମ ନିକଟସ୍ଥ ଏକ ନାଳ ପାଶ୍ୱର୍ରେ ଛାଡ଼ି ଏହି ସମସ୍ତ ଘଟଣା କୌଣସି ଲୋକ ନିକଟରେ ପ୍ରକାଶ ନ କରିବାକୁ ଧମକ ଦେଇ ପଳାଇଯାଇଥିଲା । ନାବାଳିକା ଛାତ୍ରୀ ଏ ବିଷୟରେ ପ୍ରଥମେ ମା କୁ ଜଣାଇଥିଲା ଏବଂ ପରବର୍ତ୍ତି ସମୟରେ ବାପାଙ୍କ କାନରେ କଥା ପହଁଞ୍ଚି ଥିଲା । ବାପା ଘଟଣା ଉପରେ ଅନୁସନ୍ଧାନ କରି କୁଳିଅଣା ଥାନାରେ ୧୬/୦୨/୨୦୧୫ରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏହି ଘଟଣାକୁ ନେଇ ଥାନାରେ କେଶ ନଂ ୨୮/୨୦୧୬ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । 17 Share FacebookTwitterGoogle+ReddItWhatsAppPinterestEmail