ସଂପତ୍ତିର ବିଭାଜନ ପାଇଁ ସ୍ବେଛାରେ ସ୍ୱୀକୃତିପତ୍ର ଆସିଥିବା ମାମଲାକୁ ନିଜଆଡୁ ପଦକ୍ଷେପ ନେଇ ଫଇସଲା କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ରାଜ୍ୟ By SPNEWS On Jan 19, 2018 0 Share ଓଡ଼ିଶା ଭୂସଂସ୍କାର ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପଦକ୍ଷେପ ଭୁବନେଶ୍ୱର : ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ର ଧାରା ୧୯(୧) (c) ଅନ୍ତର୍ଗତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛିା ଯେଉଁସବୁ ପରିବାରରେ ଜମିଜମା ସଂପତ୍ତିର ବିଭାଜନ ନିମନ୍ତେ ସଂପୃକ୍ତ ସଦସ୍ୟସଦସ୍ୟାମାନେ ସ୍ବେଛାରେ ସ୍ୱୀକୃତିପତ୍ର ପ୍ରଦାନ କରିଛନ୍ତି, ସେସବୁ କ୍ଷେତ୍ରରେ ତହସିଲଦାରମାନଙ୍କୁ ନିଜ ଆଡ଼ୁ ମାମଲା ଦରଜ କରିଏହାର ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିା ୧୯୭୦ ଏବଂ ୧୯୮୦ ମସିହାରେ ବନ୍ଦୋବସ୍ତ ପରେ ବହୁ ମାମଲାରେ ଜମି ବିଭାଜନ ନ ହୋଇପାରିବା ଫଳରେ ପରିବାରରେ ବିବାଦ ଉପୁଜିବା ଏବଂ ରାଜସ୍ୱ ସଂଗ୍ରହ ପୂର୍ଣ୍ଣମାତ୍ରାରେ ହୋଇପାରୁ ନଥିବା ପରିଲକ୍ଷିତ ହେଉଛିା ଏହି ପଦକ୍ଷେପ ଦ୍ୱାରା ଏହିସବୁ ମାମଲାର ତ୍ୱରିତ ଫଇସଲା ହୋଇପାରିବ ଏବଂ ଜମି ଭାଗବଣ୍ଟା ପ୍ରକ୍ରିୟା ଶୀଘ୍ର ହୋଇପାରିବା ସହିତ ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ପାଇବା ଏଥିସହିତ ଏହି ଧାରା ଅନୁଯାୟୀ ଏହି ସବୁ କ୍ଷେତ୍ରରେ ଜମି ରେଜିଷ୍ଟ୍ରେସନ୍ ନିମନ୍ତେ କୌଣସି ଫିସ୍ ଦାଖଲ କରିବାକୁ ପଡ଼ିବ ନାହିାଁ ଏହା ଦ୍ୱାରା ଲୋକମାନେ ବହୁଳ ଭାବରେ ଉପକୃତ ହେବା ସହିତ ବକେୟା ମାମଲାଗୁଡ଼ିକର ହ୍ରାସ ପାଇବା ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖାଯାଇ ତହସିଲଦାରମାନଙ୍କୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କୁହାଯାଇଛିା 0 Share FacebookTwitterGoogle+ReddItWhatsAppPinterestEmail