ମହୁମାଛି ଆକ୍ରମଣରେ ବୄଦ୍ଧଙ୍କ ମୄତ୍ୟୁ ।

0

ବରଗଡ଼-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପାଣି ଗ୍ରାମର ଦିବାକର ସାହୁ(୮୫) ଙ୍କ ଗତ ୩୦ତାରିଖ ଦିନ ମହୁମାଛି ଆକ୍ରମଣରେ ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଗତ ୨୯ ତାରିଖ ଦିନ ସକାଳେ ସୌଚପାଇଁ ଯାଉଥିବା ସମୟରେ ଗାଁ ମୁଣ୍ଡରେ ଥିବା ଏକ ଆମ୍ବ ଗଛର ମହୁଫେଣା ରେ ଥିବା ମହୁମାଛି ମାନେ ଆତର୍କିତ ଭାବରେ ଆକ୍ରମଣ କରିଥିଲେ ।ସେଠାରୁ ମୂମୂର୍ଷୁ ଅବସ୍ଥାରେ ସେହି ଗ୍ରାମର ନାରାୟଣ ସାହୁ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ ।ଚିକିତ୍ସାଧିନ ଅବସ୍ଥାରେ ଦିବାକରଙ୍କ ଡାକ୍ତରଖାନାରେ ମୄତ୍ୟୁ ହୋଇଥିବା ଜଣାପଡିଛି ।ମୄତ ବୄଦ୍ଧଙ୍କ ପରିବାର ବର୍ଗ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ଜଣାଇଛନ୍ତି ।

 

Leave A Reply

Your email address will not be published.