ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0

ଝାରବନ୍ଧ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ମୋହନ ବିଳାସଙ୍କୁ 2011 ବ୍ୟାଚ ଶିକ୍ଷକ ମାନଙ୍କ ତରଫରୁ କୁଡାପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି| ଖୁବ ଅଳ୍ପ ସମୟ ମଧ୍ୟରେ ଝାରବନ୍ଧ ବ୍ଲକ ର ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରି ସମସ୍ତ ଶିକ୍ଷକଙ୍କ ପ୍ରିୟଭାଜନ ହୋଇଥିବା ଜଣେ କୁଶଳୀ ପ୍ରଶାସକଙ୍କୁ ସଦାସର୍ବଦା ମନେ ରଖିବା ସକାଶେ ତାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ପାଞ୍ଚୋଟି ଫଳ ବୃକ୍ଷ ରୋପଣ କରାଯାଇଥିଲା ଏବଂ ତାକୁ ଯତ୍ନ କରିବା ପାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ଶପଥ ନେଇଥିଲେ | ପରିବେଶ ପ୍ରେମୀ ଶିକ୍ଷକ ଦିବସ କୁମାର ସାହୁ ବୃକ୍ଷ ଚାରା ଯୋଗାଇ ଦେଇଥିବାବେଳେ ପୁରନ୍ଦର କୁମ୍ଭାର, ହୃଷିକେଶ ସୀଦାର, ପୂଖରାଜ ଧରୁଆ, ଗୀତାଞ୍ଜଳି ବରିହା, ଯଶୋଦା ନାଏକ, ବୃନ୍ଦାବନ ସାହୁ ତଥା ସୁଜିତ ବାଗ  ସହଯୋଗ କରିଥିଲେ |.ପୂର୍ବରୁ ବ୍ଲକର ବିଭିନ୍ନ ସଂଗଠନ ତରଫରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା |

 

Leave A Reply

Your email address will not be published.