ସିଟି ବସ୍ ଧକ୍କାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ।

10


ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ରାସ୍ତା ଡିପଲ୍ ସ୍କୁଲ ସାମ୍ନାରେ ମୋଟରସାଇକେଲ ଯୋଗେ ଆସୁଥିବା ଭଗବାନ ପଣ୍ଡା ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ରହ୍ମପୁର ସିଟି ବସ୍ ଧକ୍କା ଦେଇଥିଲା। ଯାହା ଫଳରେ ସେ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ଦୁର୍ଘଟଣା ଗ୍ରସ୍ତ ବସ୍ ଓ ଚାଳକକୁ ଥାନା ରେ ଅଟକ ରଖି ପଚରାଉଚରା କରୁଛନ୍ତି।

Leave A Reply

Your email address will not be published.