ଡକାୟତି ଉଦ୍ୟମ କୁ ପଣ୍ଡ କରିଲେ ବଡ଼ବଜାର ପୋଲିସ, ବହୁ ମାରଣାସ୍ତ୍ର ଓ ହାତ ବୋମା ଜବତ,୫ ଗିରଫ।

9


ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡବଜାର ଥାନା ପୋଲିସ ଅତର୍କିତ ଭାବେ ଓମ୍ ନଗର ନିକଟସ୍ଥ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ଉପରେ ଚଢ଼ାଉ କରି ୫ ଜଣ ଯୁବକ ଯଥା ଓମ୍ ଦାସ,ସୁମନ୍ ପଟନାୟକ,ନିଖିଲ ଯେନା,ରୋହନ୍ ବିଷୋୟୀ ଓ ପ୍ରେମ୍ କୁମାର ସାହୁ ଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୩ଟି ଖଣ୍ଡା, ଦୁଇଟି ଲୁହାଛଡ ଓ କିଛି ଜୀବନ୍ତ ବୋମା ଜବତ କରିଛନ୍ତି ଓ ଯୁବକ ମାନଙ୍କୁ ଆଣି ଥାନାରେ ଜେରା କରିବା ବେଳେ ସେମାନେ ରାସ୍ତାରେ ଯାଉଥିବା ବଡ଼ ବଡ଼ ମାଲଗାଡି ଓ ଅଞ୍ଚଳ ର କିଛି ବଡ ବଡ ଘରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ପୋଲିସ ମାମଲା ରୁଜୁ କରି ଉକ୍ତ ସମସ୍ତ ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.