ସେବା ପକ୍ଷରେ ରକ୍ତଦାନ ଶିବିର: ୫୧ ୟୁନିଟ୍ ରକ୍ତ ସଂଗ୍ରହ

11


ଝାରସୁଗୁଡ଼ା, ୨୭/୯: ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଲଇକେରା ବ୍ଲକ ମୁନ୍ଦ୍ରାଜୋରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ପରିଦର୍ଶନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ମାନବସେବା ଓ ଲୋକସେବାକୁ ପ୍ରାଥମିକତା ଦେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଯୋଗଦେଉଥିବା ସେ ପ୍ରକାଶ କରିଥିଲେ।

ଶିବିରରେ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ଓ ସ୍ଥାନୀୟ ନାଗରିକ ଯୋଗଦେଇ ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କୁ ବିଧାୟକ ତ୍ରିପାଠୀ ପ୍ରଶଂସାପତ୍ର ପ୍ରଦାନ କରି ସେମାନଙ୍କର ସେବାମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦୁତିଆ ଓରାମ, ନିଶିକାନ୍ତ ପଟେଲ, ଡମ୍ବରୁଧର ସାହୁ, ନେପାଳ ନାଏକ, ମଧୁ ରଣା, ସୁଶାନ୍ତ ସାହୁ, ରେଷ୍ମା ପଟେଲ, ରୁକ୍ମଣୀ ଖଡ଼ିଆ, ଦଶମୀ ବରିହା, ତୀର୍ଥ ଜୟପୁରିଆ, ରାମୁ ମିଶ୍ର, ରାମାକାନ୍ତ ନାଏକ, ଟିକେଶ୍ୱର ଜୟପୁରିଆ, ସାଗର କମାର, ଭୋଜରାଜ ଦଣ୍ଡସେନା, ଶରତ ପଟେଲ, ସଞ୍ଜୀବ ପୁରୋହିତ, ବାସୁଦେବ ଜୟପୁରିଆ, ବିନୋଦ ବୁଡୁଲା, ଟିକେଶ୍ୱର ପୃଷେଥ, ନିର୍ମଳ ପଟେଲ, ନବୀନ ବୁଡୁଲା, ପ୍ରଦୀପ ପ୍ରଧାନ, କୁଳମଣି କିଷାନ ଓ ମୌଜିଲାଲ ଦଣ୍ଡସେନାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.