ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଉପଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଓ ଆଖ ପାଖ ର ଡାକ୍ତରଖାନା ଗୁଡିକରେ ଦେଖାଦେଇଥିବା ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ କୁ ନେଇଏକ ସମୀକ୍ଷା ବୈଠକ ଉପଜ଼ିଲ୍ଲାପାଳ ଶ୍ରୀଯୁକ୍ତ ହେମସାଗର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ ସି.ଡି.ଏମ.ଓ ଡ଼ା :ଅଶୋକ ଦାଶ ଓ ପଦ୍ମପୁର ଏସ.ଡି.ଏମ.ଓ ଡ଼ା :ଆଶୁତୋଷ ହୋତା ପ୍ରଶାସନ ତରଫରୁ ଯୋଗଦେଇ ଆନ୍ଦୋଳନ ଡାକରା ଦେଇଥିବା ଅନୁଷ୍ଠାନ ସମୂହ ସହିତ ବିଭିନ୍ନ ସମସ୍ୟାର ସମାଧାନ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ସମୟରେ ନର୍ସିଙ୍ଗ ଷ୍ଟାଫ୍ ଓ କର୍ମଚାରୀ ମାନଙ୍କ ଦ୍ୱାରା ରୋଗୀଙ୍କୁ ମିଳୁଥିବା ଦୁର୍ବ୍ୟବହାର ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ସବୁ ବିଭାଗ ର ବହିର୍ବିଭାଗ କୁ କାର୍ଯ୍ୟକ୍ଷମ କରାଯାଇ ପ୍ରତ୍ୟେକ ଦିନ ସମସ୍ତ ସ୍ପେଶାଲିଷ୍ଟ ଡାକ୍ତର ଅଲଗା ଅଲଗା ବହିର୍ବିଭାଗ ରେ ରୋଗୀ ଦେଖିବେ ବୋଲି ପ୍ରତିଶୃତି ଦେଇଥିଲେ। ଆନ୍ଦୋଳନ ଡାକରା ପରେ ୪ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି ଓ ସେ ମଧ୍ୟରୁ ଜଣେ ପାଥୋଲୋଜି ସ୍ପେଶାଲିଷ୍ଟ ଗତକାଲି ଯୋଗଦାନ କରିଛନ୍ତି ଓ ଅନ୍ୟମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ଜଣାଇଥିଲେ। ଆଲୋଚନା ସମୟରେ ଖାଲିଥିବା ଅନ୍ୟ ଡାକ୍ତର ପଦବୀ ଓ ନର୍ସିଂ ପଦବୀ ସରକାର ନିଯୁକ୍ତି ଦେଲେ ହୋଇପାରିବ ବୋଲି ହାତ ଟେକି ଦେଇଥିଲେ। ଡାକ୍ତରଖାନା ରେ ରୋଗୀଙ୍କ ପାଇଁ ଶଯ୍ୟା ର ଅଭାବ କୁ ଉପଲବ୍ଧି କରି ତଳେ ଶୁଆଇ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଅନ୍ତତଃ ପକ୍ଷେ ଗଦି ଓ ବେଡ଼ସିଟ ର ସୁବିଧା କରାଯିବ ବୋଲି କହିଥିଲେ। କିନ୍ତୁ ବୈଠକ ରେ ଉପସ୍ଥିତ ଅନୁଷ୍ଠାନ ଗୁଡିକ ର ପ୍ରତିନିଧି ମାନେ ପଦ୍ମପୁର ଅଂଚଳ ପ୍ରତି ବୈମାତୃକ ଭାବ ପୋଷଣ କରାଯିବା ସହ କ୍ରମାଗତ ଭାବରେ ଦୀର୍ଘ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ସମସ୍ତ ଖାଲିଥିବା ଡାକ୍ତର, ନର୍ସିଂ ପଦବୀ ପୂରଣ ପାଇଁ ଜିଦ ଧରିଥିଲେ ଓ ଏକ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତର ଖାନା ଦାବୀ କରିଥିଲେ। ଗତ ୨୮/୩/୨୫ ରେ ଅନଶନ କାରି ମାନଙ୍କୁ ତିନି ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯିବା ସରକାରଙ୍କ ପତ୍ର ପ୍ରଦାନ କରିଥିଲେ ମାତ୍ର ସେଥିରୁ ଜଣେ ମଧ୍ୟ ଡାକ୍ତର ଏଠାରେ ଯୋଗଦାନ କଲେ ନାହିଁ ଓଲଟା ସେମାନଙ୍କ ବଦଳି ଅନ୍ୟତ୍ର କରିଦିଆଗଲା ଏଣୁ ପ୍ରତିଶୃତି ଉପରୁ ଅଂଚଳ ବାସୀଙ୍କ ବିଶ୍ୱାସ ତୁଟି ଯାଇଛି ବୋଲି ଆଶା ଓ ସତ୍କାର ର ସମ୍ପାଦକ ତଥା କୋଶଲ ସେନା ଉପଦେଷ୍ଟା ଅଜିତ ଶତପଥି କହିଥିଲେ। ସମସ୍ତ ଦାବୀ ପୂରଣ ନ ହେଲେ ଆସନ୍ତା କାଲି ଠାରୁ ଅନଶନ ଆରମ୍ଭ ହେବା ନିଶ୍ଚିତ ବୋଲି ଉପସ୍ଥିତ ସମସ୍ତ ସଦସ୍ୟ ଏକ ସ୍ୱର ରେ ଘୋଷଣା କରିଥିଲେ। ବୈଠକରେ ଶ୍ରୀଯୁକ୍ତ ନିରୋଜ ଦୋରା, ଉମେଶ ସାହୁ, ଆଦିତ୍ୟ ରଥ, ପ୍ରତାପ ମିଶ୍ର,ସନ୍ତୋଷ ମହାନ୍ତି, ପ୍ରୀତିରଞ୍ଜନ ପ୍ରଧାନ,ଗୋବିନ୍ଦ ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତି, ପ୍ରତାପ ନାଥ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ପାର୍ଥ ସାରଥୀ ମହାପତ୍ର, ତାପସ ନାୟକ ପ୍ରମୁଖ ନିଜ ନିଜ ଅନୁଷ୍ଠାନ କୁ ପ୍ରତିନିଧିତ୍ବ କରିଥିଲେ।
Sign in
Sign in
Recover your password.
A password will be e-mailed to you.