ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳରେ ମାଲକାନଗିରି ବିଧାୟକ ।

7

ବନ୍ୟାରେ ଜଳମଗ୍ନ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝିଲେ ମାନ୍ୟବର ବିଧାୟକ।

ମାଲକାନଗିରି: ମାଲକାନଗିରି ବିଧାନସଭାର କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ମାଲକାନଗିରି ପହଞ୍ଚିଲେ ବିଧାୟକ ନରସିଂହ ମାଡକାମୀ । ଗତ ଦୁଇ ଦିନଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ପ୍ରଭାହିତ ହେବା ସହ ଯୋଗା ଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଶେଷ କରି କାଳିମେଳା, ପୋଟେରୁ ଓ ପଡିଆ ଓ କାଳିମେଳା ଅଞ୍ଚଳକୁ ଯୋଗା ବନ୍ଦ ହୋଇପଡିଛି । କିଛି ଜାଗାରେ ଲଘୁଚାପ ଜନିତ ବର୍ଷା ଯୋଗୁ ଗାଁ ଗୁଡିକରେ ବର୍ଷା ଜଳ ପଶିବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜନଜୀବନ ପ୍ରଭାବିତ ହୋଇ ପଡିଛି । ଆଜି ମାଲକାନଗିରି ବିଧାୟକ ଉକ୍ତ ଅଞ୍ଚଳ କୁ ଗ୍ରସ୍ତ କରିବା ସହ ସେଠାରେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଘରେ ପାଣି ପଶିବା, ଯାତାୟାତ ସମସ୍ୟା, ଖାଦ୍ୟ ଓ ପାନୀୟ ଜଳର ଅଭାବ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସେ ଏହାର ସମାଧାନ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ସହାୟତା ଓ ପ୍ରଶାସନିକ ପଦକ୍ଷେପ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିପର୍ଯୟ ସମୟରେ ବିଧାୟକଙ୍କୁ ନିକଟରେ ପାଇ ଅଞ୍ଚଳ ବାସୀ ଖୁସି ଅନୁଭବ କରିଥିବା ବେଳେ ବିଧାୟକଙ୍କ ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳ ଗ୍ରସ୍ତ କୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.