ଭୁବନେଶ୍ୱର,୨୪/୦୯/୨୦୨୬: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଆଦିବାସୀ ସାମ୍ମୁଖ୍ୟର ରାଜ୍ୟ କମିଟି ଘୋଷଣା କରିଛନ୍ତି । କମିଟିରେ ନୂତନ ପଦାଧିକାରୀ ମାନଙ୍କ ନାମ ଘୋଷଣା କରାଯାଇଛି । ସଭାପତୀ ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ଆଦିବାସୀ ନେତା ଶ୍ରୀ ମଙ୍ଗଳା କିଶାନ, ରମେଶ ମାଝୀ ଓ ସାଲୁଗା ପ୍ରଧାନ ରହିଛନ୍ତି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ପ୍ରଦୀପ ମାଝୀ ଓ ଶ୍ରୀ ନିରଞ୍ଜନ ବିଶି ରହିଛନ୍ତି ।
ଏଥି ସହିତ ୧୦ଜଣ ଉପସଭାପତି, ୧୮ଜଣ ସାଧାରଣ ସମ୍ପାଦକ ଓ ୨୧ଜଣ ସମ୍ପାଦକ ରହିଛନ୍ତି । ବିଜେପି ସରକାରରେ ଆଦିବାସୀ ମାନେ ସର୍ବଦା ଉପେକ୍ଷିତ ହେଉଛନ୍ତି । ଆଦିବାସୀ ଜଙ୍ଗଲ ଓ ଜମି ଆଦି ବିପଦରେ ପଡିଛି । ଏହାର ସୁରକ୍ଷା ପାଇଁ ସାମ୍ମୁଖ୍ୟ କାର୍ଯ୍ୟ କରିବ । ଆଦିବାସୀ ମାନଙ୍କ ହକ୍ ପାଇଁ ସାମ୍ମୁଖ୍ୟ ଲଢେଇ କରିବ । ଘୋଷିତ ହୋଇଥିବା ତାଲିକାରେ ସ୍ଥାନ ପାଇଥିବା ନେତାମାନେ ହେଲେ, ଉପସଭାପତି: ଜଗନ୍ନାଥ ସାରକା, ମନୋହର ରନ୍ଧାରୀ, ପ୍ରଦୀପ ଦିଶାରୀ, ମାନସ ମାଡକାମୀ, ଯୋଗେଶ ସିଂ, ବାସନ୍ତୀ ହେମ୍ବ୍ରମ, ମାଧବ ସର୍ଦ୍ଦାର, ବର୍ଷା ସିଂ ବରିହା, ସାନନ୍ଦ ମାରାଣ୍ଡି, ପଦ୍ମିନୀ ଦିଆଣ, ସାଧାରଣ ସମ୍ପାଦକ: ଜଗନ୍ନାଥ ନାୟକ, କିଶୋର ଚନ୍ଦ୍ର ନାୟକ, ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ, ପି୍ରୟବ୍ରତ ମାଝୀ, ରଘୁନାଥ ଗମାଙ୍ଗ, ଭାନୁପ୍ରତାପ ସିଂ ମାଝୀ, କୌଶଲ୍ୟା ହିକ୍କାକା, ସସ୍ମିତା ମେଲକା, କୁମୁଦ ସାଉଁନ୍ତ, ଭାରତୀ ହାଂସଦା, ଡଲି ମାଝୀ, ତୁଳାବତୁ ମିଞ୍ଜ, ସମାରୀ ଟାଗୁଲ, ମୋତିରାମ ନାୟକ, ସରସ୍ୱତୀ ମାଝୀ, କୁନ୍ତୀ ପ୍ରଧାନ, ରାଜୀବ ପାତ୍ର, ସଚିବ: ମଂଜୁଲତା କହଁର, ଦମୟନ୍ତୀ ମାଝୀ, ଲକ୍ଷ୍ମୀପି୍ରୟା ନାୟକ, ଅନୁସୟା ମାଝୀ, ଶଙ୍କର ତିର୍କୀ, ଭାରତୀ ସିଂ, ଚକ୍ରଧର ହେମ୍ବ୍ରମ, କାଶୀନାଥ ହେମ୍ବ୍ରମ, ସାଲୁକା ହାନ୍ହାଗା, ଲାଇଚନ ଖୋରା, ଶୁକଦେବ ଗୌଡ, ବସନ୍ତ କୁମାର ଟୋପ, ଜେମ୍ସ ରାଇକ, ଦେବେନ୍ଦ୍ର ପ୍ରସାଦ ମାଝୀ, ଗଙ୍ଗାଧର ହେମ୍ବ୍ରମ, ଶୁଭଲକ୍ଷ୍ମୀ ମାଝୀ, ମୀନା ମାଝୀ, ବାସନ୍ତୀ ସିଂ, ଜୟସିଂ କହଁର, ଥିୟୁପିଲ୍ ଗମାଙ୍ଗୋ, ବୀରବିତ୍ରସେନ ନାୟକ ପ୍ରମୁଖ ରହିଛନ୍ତି ।